ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ସମ୍ବଲପୁରରୁ ଧର୍ମେନ୍ଦ୍ର, ବ୍ରହ୍ମପୁରରୁ ଲଢ଼ିବେ ପ୍ରଦୀପ

ଭୁବନେଶ୍ବରରୁ ପୁଣି ଲଢ଼ିବେ ଅପରାଜିତା ଷଡ଼ଙ୍ଗୀ

ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ସମ୍ବଲପୁରରୁ ଧର୍ମେନ୍ଦ୍ର, ବ୍ରହ୍ମପୁରରୁ ଲଢ଼ିବେ ପ୍ରଦୀପ

ନୂଆଦିଲ୍ଲୀ/ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ରବିବାର ପଞ୍ଚମ ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଛି। ଏହି କ୍ରମରେ ବିଜେପି ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ପାଇଁ ଅପରାଜିତା ଷଡ଼ଙ୍ଗୀ ଓ ବ୍ରହ୍ମପୁର ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ୍‌ ଦେଇଛି।

ବିଜେପି ୨୦୨୪ ନିର୍ବାଚନ ପାଇଁ ପ୍ରଥମ ଦଳ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ବରଗଡ଼, ସମ୍ବଲପୁର, କଳାହାଣ୍ଡି, ମୟୂରଭଂଜ, ବ୍ରହ୍ମପୁର ଓ କୋରାପୁଟରେ ନୂଆ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ।

publive-image

ବଲାଙ୍ଗୀରରେ ସଂଗୀତା କୁମାରୀ ସିଂହଦେଓ, ସୁନ୍ଦରଗଡ଼ରେ ଜୁଏଲ ଓରାମ, ଢେଙ୍କାନାଳରେ ରୁଦ୍ର ପାଣି, ପୁରୀରେ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା, ବାଲେଶ୍ବରରେ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରେ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି। ସେହିପରି କଳାହାଣ୍ଡିରେ ମାଲବିକା କେଶରୀ ଦେଓ, ନବରଗଂପୁରରେ ବଳଭଦ୍ର ମାଝୀ, ଜଗତସିଂହପୁରରେ ବିଭୁ ତରାଇ, ବରଗଡ଼ରେ ପ୍ରଦୀପ ପୁରୋହିତ, କେନ୍ଦୁଝରରେ ଅନନ୍ତ ନାୟକ, ଆସ୍କାରୁ ଅନିତା ଶୁଭଦର୍ଶନୀ, କୋରାପୁଟରୁ କାଳୀରାମ ମାଝୀ, ମୟୂରଭଂଜରେ ନବ ମାଝୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟରେ ବିଜେପି ଏହି ପର୍ଯ୍ୟାୟରେ କଟକ, କନ୍ଧମାଳ ଓ ଯାଜପୁର ପାଇଁ ‌ପ୍ରାର୍ଥୀ ଘୋଷଣା କରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe