ଦଳର ସ୍ଥିତିକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

Advertisment

ସାଧାରଣ ନିର୍ବାଚନର ୫ମାସ ପରେ ବିଜେପି ଓ ବିଜେଡି ଏବେ ଉଭୟଙ୍କର ସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି। ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିଜେଡି ଏବେବି ରାଜ୍ୟର ଏକ ନମ୍ବର ଦଳ।

ସାଧାରଣ ନିର୍ବାଚନର ୫ମାସ ପରେ ବିଜେପି ଓ ବିଜେଡି ଏବେ ଉଭୟଙ୍କର ସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି। ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିଜେଡି ଏବେବି ରାଜ୍ୟର ଏକ ନମ୍ବର ଦଳ।

ଆଠମଲ୍ଲିକ‌ ବିଧାନସଭା: ବିଜେଡି ସହ ବିଜୁ-ବିଜେପିର ମୁକାବିଲା

ଭୁବନେଶ୍ବର: ସାଧାରଣ ନିର୍ବାଚନର ୫ମାସ ପରେ ବିଜେପି ଓ ବିଜେଡି ଏବେ ଉଭୟଙ୍କର ସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି। ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିଜେଡି ଏବେବି ରାଜ୍ୟର ଏକ ନମ୍ବର ଦଳ। ନିର୍ବାଚନ ହେଲେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ୧୪୦ଟି ଆସନ ଜିତିବ। ଆମ ଦଳ ଭିତରେ କିଛି ଅସନ୍ତୋଷ ନାହିଁ। କେହି ଅସନ୍ତୋଷ ଥିବା ନେଇ କହୁନାହାନ୍ତି।

ଏବେ ନିର୍ବାଚନ ହେଲେ ବିଜେଡି ୧୪୦ ଆସନ ଜିତିବ: ପ୍ରମିଳା
ଅମିତ ଶାହଙ୍କ ଗୋଟିଏ ହ୍ବିସିଲ୍‌ରେ ବିଜେଡି ଭାଙ୍ଗିଯିବ: ଜୟନାରାୟଣ

ଯେଉଁମାନେ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି, ଗଣମାଧ୍ୟମ କେବଳ ବିଜେଡିରେ ଅସନ୍ତୋଷ ଥିବା କହୁଛନ୍ତି। ସେହିପରି ପ୍ରସନ୍ନ ପାଟ୍ଟଶାଣୀଙ୍କ ମନ୍ତବ୍ୟ ଉପରେ ଶ୍ରୀମତୀ ମଲ୍ଲିକ ବୟାନ ରଖି କହିଛନ୍ତି ଯେ ସେ କେବେଠୁ ବିଜେପି ପଳାଇଲେଣି। ବିଜେପି ଆଗ ତାଙ୍କ ଅବସ୍ଥା ସମ୍ଭାଳୁ। ଆମ କଥା କହିବା ପୂର୍ବରୁ ନିଜ ଘର ଆଗ ସମ୍ଭାଳିକି ରଖନ୍ତୁ। ପ୍ରମିଳାଙ୍କ ବୟାନ ଉପରେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ୧୪୦ କ’ଣ ଆଗ ୪୦ଟି ଆସନ ଜିତିକି ବିଜେଡି ଦେଖାଉ। ଆମ ଦଳ ଭାଙ୍ଗୁନି ବରଂ ବିଜେଡି ଭାଙ୍ଗୁଛି। ଅମିତ ଶାହଙ୍କ ଗୋଟିଏ ହ୍ବିସିଲରେ ବିଜେଡି ଭାଙ୍ଗିଯିବ। ଆଗାମୀ ଦିନରେ ବିଜେଡି ରହିବ କି ନାହିଁ ସେକଥା ସେମାନେ ଚିନ୍ତା କରନ୍ତୁ। ତାଙ୍କର ଦୁଇ ଜଣ ସାଂସଦ ଓ କିଛି ନେତା ବିଜେପିରେ ମିଶିଲେଣି। ଜିଲ୍ଲାସ୍ତରରେ ଗଣ୍ଡଗୋଳ ଚାଲିଛି। ବିଜେଡିକୁ କିଭଳି ସମ୍ଭାଳିକି ରଖିବେ ସେକଥା ଚିନ୍ତା କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe