ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ପରସ୍ପର ବିରୁଦ୍ଧରେ ଅଭିଯୋଗ କଲେ ବିଜେପି ଓ ବିଜେଡି

ଝାରସୁଗୁଡ଼ା ଉପନିର୍ବାଚନ

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ପରସ୍ପର ବିରୁଦ୍ଧରେ ଅଭିଯୋଗ କଲେ ବିଜେପି ଓ ବିଜେଡି

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପରସ୍ପର ବିରୁଦ୍ଧରେ ଅଭିଯୋଗ କରିବାକୁ ଭେଟିଛନ୍ତି ବିଜେଡି ଓ ବିଜେପି ଟିମ୍। ବିଜେପିର ଅଭିଯୋଗ ଅନୁଯାୟୀ, ଦଳର ଅଭିଯୋଗ ସରକାରୀ ଦଳ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି। ମୁକ୍ତ ଅବାଧ ନିର୍ବାଚନ ହେଉ ନାହିଁ। ସରକାରୀ କଳକୁ ନିର୍ବାଚନ ପ୍ରଚାରରେ ଲଗାଉଛି ଶାସକ ଦଳ। ଭୋଟରଙ୍କୁ ପ୍ରଭାବିତ କରାଯାଉଛି।
କୋଲାବିରା ବ୍ଲକ ଜିଲ୍ଲାପାଲି ଗ୍ରାମ ପଞ୍ଚାୟତର କମ୍ୟୁନିଟି ରିସୋର୍ସ ପର୍ସନ ଅଶ୍ମିତା ନାୟକ ଓ ବିନତା ନାୟକ, ପୂଜା ପଟେଲ ଏମାନେ ସରକାରୀ ଚାକିରିରେ ଥାଇକି ନିର୍ବାଚନ ପ୍ରଚାର କରିବା ସହ ବିଜେଡି ପାଇଁ ଟଙ୍କା ବାଣ୍ଟୁ ଛନ୍ତି। ସୁରୁଚି ପାଢ଼ୀ ଜଣେ ଅଙ୍ଗନବାଡ଼ି କର୍ମୀ। ସେ ସାମାଜିକ ଗଣମାଧମରେ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରୁଛନ୍ତି। ତାଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ଅପିଲ କରିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି। ତୁରନ୍ତ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସିଇଓଙ୍କ ନିକଟରେ ଦାବି କରିଛି ବିଜେପି।

publive-image

ତେଣେ ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣଵିଧି ଉଲ୍ଲଙ୍ଘନ ଅଭିଯୋଗ କରୁଥିବାର ଅଭିଯୋଗ ଆଣିଛି ବିଜେଡି। ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ ପ୍ରଚାର ସମୟ ପରେ ମଧ୍ୟ ରାତି ଗୋଟାଏ ସମୟରେ ଝାରସୁଗୁଡ଼ା ଲଳିତ ହେରିଟେଜ ସାମ୍ନା ସାମସଙ୍ଗ ଛକରେ ସମର୍ଥକଙ୍କୁ ଧରି ସେ ପ୍ରଚାର କରୁଥିବା ଭିଡିଓ ହସ୍ତଗତ ହୋଇଛି। ଏହାକୁ ଆଜି ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରାଯାଇଛି। ପୂର୍ବରୁ ମଧ୍ୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ଅନ୍ୟ ବିଜେପି ନେତା ହିଂସା କରି ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅବାଧ ଓ ନିରପେକ୍ଷ ନିର୍ବାଚନ ଦାବି କରିଛି ବିଜେଡି ପ୍ରତିନିଧି ଦଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe