ପିସି କାରବାର ବୟାନକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

Advertisment
ପିସି କାରବାର ବୟାନକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

deccanchronicle.com

ଭୁବନେଶ୍ୱର : ରାଜ୍ୟରେ ପିସି କାରବାର ଓ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍‌କୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ପରେ ବିଜେଡି, ବିଜେପି ମୁହାଁମୁହିଁ ହୋଇଛନ୍ତି।

ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ଏକ ଦୁର୍ନୀତି ମାମଲାରେ ରାଜ୍ୟ ଭିଜିଲାନ୍‌ସର ‌ରେଡ୍‌କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ହାସ୍ୟସ୍ପଦ। ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳ ନୀତି ସଂପର୍କରେ ଶ୍ରୀ ପ୍ରଧାନ ଅବଗତ ଥାଇ ମଧ୍ୟ ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ।

publive-image

ଏହାସହ ଶ୍ରୀ ପାତ୍ର ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ଦୁର୍ନୀତିରେ ଲିପ୍ତ ରହିବା କାରଣରୁ ଗତ ୩ବର୍ଷ ଭିତରେ ରାଜ୍ୟରେ ୧୮୦ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ସହିତ ସେମାନଙ୍କୁ ବରଖାସ୍ତ କିମ୍ବା ପେନସନକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ବଦଳରେ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି। ନିକଟରେ ହୋଇଥିବା କର୍ଣ୍ଣାଟକ ନିର୍ବାଚନ ସମୟରେ ଲୋକାୟୁକ୍ତ ଜଣେ ବିଜେପି ବିଧାୟକଙ୍କ ନିକଟରୁ ୮କୋଟି ଟଙ୍କା ଜବତ କରିଥିଲେ। ଏହି ସମୟରେ କର୍ଣ୍ଣାଟକର କିଏ ପର୍ଯ୍ୟବେକ୍ଷକ ଥିଲେ ? ସେ ଆହୁରିମଧ୍ୟ କହିଛନ୍ତି ଯେ ଦୁର୍ନୀତି ପାଇଁ ଯେଉଁମାନେ ବିଜେଡିରୁ ତଡ଼ା ଖାଉଛନ୍ତି ସେହି ବ୍ୟକ୍ତିମାନେ ବିଜେପି ନେତାଙ୍କ ସହ ଖୁଲମଖୁଲା ବୁଲୁଛନ୍ତି। ଓଡ଼ିଶାବାସୀ ସବୁ ଦେଖୁଛନ୍ତି। ଦୁର୍ନୀତି ବିରୋଧୀ ଲଢ଼େଇ ସଂପର୍କରେ ଓଡ଼ିଶାରୁ ଶିଖିବା ପାଇଁ ଶ୍ରୀ ପ୍ରଧାନ ବିଜେପି ରାଜ୍ୟମାନଙ୍କୁ କୁହନ୍ତୁ।

ଦୁର୍ନୀତି ପାଇଁ ତଡ଼ା ଖାଉଥିବା ଲୋକଙ୍କୁ କୋଳେଇ ନେଉଛି ବିଜେପି: ବିଜେଡି
ତୃତୀୟ ମହଲାର କର୍ମଚାରୀଙ୍କୁ କହିଲେ କାହିଁକି ରାଗୁଛି ବିଜେଡି: ବିଜେପି
ବ୍ୟକ୍ତିଗତ ସ୍ତରକୁ ଆସି ଗାଳି କଲେ ଦୁଇ ଦଳର ନେତ୍ରୀ

ସେହିପରି ସସ୍ମିତଙ୍କୁ ଜବାବ ଦେଇ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀଙ୍କ ଭାଷଣକୁ ଠିକ ଭାବେ ନ ଶୁଣି ବିଜେଡି ମୁଖପାତ୍ର ବିଳି ବିଳେଇ ହେଉଛନ୍ତି। ଠିକ୍ ପ୍ରଶ୍ନର ଉତ୍ତର ନଦେଇ ବିଭ୍ରାନ୍ତିକର ବିବୃତି ଦେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲେଇବା ପାଇଁ ବିଜେଡି ଚେଷ୍ଟା କରୁଛି। ଯଦି ପିସି କାରବାର ହେଉ ନାହିଁ ତେବେ ତଳ ସ୍ତରର ସରକାରୀ କର୍ମଚାରୀଙ୍କ ପାଖକୁ କୋଟି କୋଟି ଟଙ୍କା କେଉଁଠୁ ଆସୁଛି? ଏହାର ଜବାବ ବିଜେଡି ମୁଖପାତ୍ର ଦେବେ କି?

publive-image kalinga Tv

ଶ୍ରୀ ମହାପାତ୍ର କହିଛନ୍ତି ଯେ ଆଜି ଓଡ଼ିଶାରେ ବଡ଼ କାମ କରୁଥିବା ଠିକାଦାରମାନେ କେଉଁ ରାଜ୍ୟର ତାହା ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି। ଯଦି ଦୁର୍ନୀତି ନାହିଁ ଗଣମାଧ୍ୟମରେ ବିଡ଼ାବିଡ଼ା ଟଙ୍କାର ଦୃଶ୍ୟ କେଉଁଠୁ ଆସୁଛି? ସେହିପରି କିଛି ଦିନ ତଳେ ବରଗଡ଼ ଜିଲ୍ଲାର ବିପିସିଏଲ୍‌ ତରଫରୁ ୧୬୦୭ କୋଟି ଟଙ୍କାରେ ନିର୍ମିତ ହେଉଥିବା ଇଥେନ ପ୍ଲାଣ୍ଟ କାର୍ଯ୍ୟର ସମୀକ୍ଷା କରି କେନ୍ଦ୍ର ମନ୍ତ୍ରୀ ଫେରିଲା ପରେ କାମ ବନ୍ଦ କରିବା ପଛରେ ବିଜେଡିର କେଉଁ ନେତା ଥିଲେ? ତାହା ସସ୍ମିତ ବାବୁ ସ୍ପଷ୍ଟ କରିବେ କି? ୨୩ ବର୍ଷ ସରକାରରେ ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯାତନାରେ ହିଁ ଓଡ଼ିଶା କାହିଁକି ଆଗରେ ଅଛି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ଗୋଲକଙ୍କୁ ଜବାବ୍ ଦେଇ ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି, ନିଜକୁ ରାଜ୍ୟ ବିଜେପିର ବରିଷ୍ଠ ନେତା‌ ବୋଲାଉଥିବା ଏହି ବ୍ୟକ୍ତି ଜଣକଙ୍କ ପ୍ରକୃତ ଚରିତ୍ର କ’ଣ ତାହା କାହାକୁ ଅଛପା ନାହିଁ? ଛତ୍ରପୁର ହତ୍ୟା ଘଟଣାରେ ସଂପୃକ୍ତି ବିଷୟ ପଦାକୁ ଆସିଲା ପରେ ସେ ଦିଲ୍ଲୀ‌େର ବସିଥିବା ତାଙ୍କ ନେତାଙ୍କ ସୁରକ୍ଷାରେ ଏଠାରୁ ଖସି ପଳାଇଥିଲେ। ଆଉ ଗିରଫ ଭୟରେ ମୂଷା ଭଳି ରାଜ୍ୟ ବାହାରେ ଲୁଚିଥିଲେ। ଖାଲି ହତ୍ୟା ଘଟଣା ନୁହେଁ, ମହିଳାଙ୍କୁ ଅସଦାଚରଣ ଆଦି କୁକର୍ମରେ ଲିପ୍ତ ବିଜେପିର ଏହି ମୁଖପାତ୍ରଙ୍କ କଳଙ୍କିତ ଚରିତ୍ର ବିଷୟରେ ସମସ୍ତେ ଅବଗତ। ଯେତେବେଳେ ଛତ୍ରପୁର ହତ୍ୟା ଘଟଣାରେ ଏହି ବିଜେପି ନେତାଙ୍କୁ ପୁଲିସ ଜେରା କରୁଥିଲା ସେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଥିଲେ। ତାଙ୍କୁ ଛାଡ଼ି ଦେବାକୁ ପୁଲିସ ଅଧିକାରୀଙ୍କ ଗୋଡ଼ ବି ଧରିଥିଲେ।

publive-image The News Insight

ଇପ୍ସିତାଙ୍କୁ ଜବାବ୍ ଦେଇ ବିଜେପି ମହିଳା ମୋର୍ଚ୍ଚା ସାମାଜିକ ଗଣମାଧ୍ୟମ ସଂଯୋଜିକା ସତରୂପା ମିଶ୍ର କହିଛନ୍ତି, ବିଜେଡ଼ି ପ୍ରବକ୍ତା ମାନେ ନିଜେ କଣ କହୁଛନ୍ତି ତାହା ବୋଧେ ନିଜେ ଜାଣି ପାରୁନାହାନ୍ତି। ବିଜେଡିର କୁହାଳିଆ ମୁଖପାତ୍ର ଇପ୍‌ସିତା ସାହୁ ଅଣ୍ଡା ଚୋରିଠୁ ଆରମ୍ଭ କରି ଚାଉଳ ଚୋରି ପର୍ଯ୍ୟନ୍ତ ଦୁର୍ନୀତିରେ କିଭଳି ସାମିଲ ଥିଲେ, ଏ କଥା ଗଣମାଧ୍ୟମରେ ସାମ୍ନାକୁ ଆସିଥିବା ତାଙ୍କର ମନେ ଅଛି ନା ନାହିଁ। ବସ୍ତିରେ ରହୁଥିବା ଗରିବ ଲୋକଙ୍କୁ ପଟ୍ଟା ଦେବା ପାଇଁ କହି ଟଙ୍କା ଆଦାୟ କରିବା ଘଟଣା କିଭଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲା, ଏ କଥା ପ୍ରବକ୍ତା ସାହୁଙ୍କର ବୋଧ ହୁଏ ମନେ ନାହିଁ। ଆଗକୁ ବଡ଼ ନେତା ହେବା ପାଇଁ ସ୍ୱପ୍ନ ଦେଖୁଥିବା ଇପ୍‌ସିତା କେବଳ କଥା କହି ନିଜ ନେତାଙ୍କୁ ଖୁସି କରିବା ପାଇଁ ଚାହୁଁଛନ୍ତି ସେ କଥା ସମସ୍ତଙ୍କୁ ଜଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe