ବିନା ସେନାପତିରେ ଉପନିର୍ବାଚନ ଲଢ଼ିବେ ବିଜେପି-ବିଜେଡି!

ବିନା ସେନାପତିରେ ଉପନିର୍ବାଚନ ଲଢ଼ିବେ ବିଜେପି-ବିଜେଡି!

ଝାରସୁଗୁଡ଼ା : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହେବାକୁ ଯାଉଥିବା ଝାରସୁଗୁଡ଼ା ଉପନିର୍ବାଚନ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି- ବିଜେଡି - କଂଗ୍ରେସ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ମାତ୍ର ୨ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେପି ଓ ବିଜେଡିର ଜିଲ୍ଲା ସଭାପତି ପଦ ଏବେ ଖାଲି। ବିନା ସେନାପତିରେ ଉଭୟ ଦଳ କିଭଳି ନିର୍ବାଚନ ଲଢ଼ିବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରଠାରୁ ଜିଲ୍ଲା ବିଜେଡି ସଭାପତି ପଦ ଖାଲିପଡ଼ିଛି। କିଶୋରଙ୍କ ଦେହାନ୍ତ ପରେ ବ୍ରଜରାଜନଗର ଉପନିର୍ବାଚନରେ ବି ଦଳ ବିନା ଜିଲ୍ଲା ସଭାପତିରେ ମଇଦାନକୁ ଓହ୍ଲାଇ ସଫଳ ହୋଇଥିଲା। ତେଣୁ ଚଳିତ ଉପନିର୍ବାଚନ ଶେଷ ନହେବା ଯାଏ ଦଳ କୌଣସି ପଦପଦବିର ଘୋଷଣା କରିବନି ବୋଲି ଖୋଦ୍‌ ବିଜେଡି ମହଲରେ ଚର୍ଚ୍ଚା ହେଉଛି।

ସେପଟେ, ଆଜି ମଙ୍ଗଳ ସାହୁ ଜିଲ୍ଲା ବିଜେପି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ସାହୁ ଦଳର ସଭାପତି ପଦରେ ରହିଥିଲେ ହେଁ, ଦଳ ତାଙ୍କୁ ଗୁରୁତ୍ବ ଦେଉ ନଥିଲା ବୋଲି କୁହାଯାଉଛି। ଅର୍ଥାତ୍‌ ବିନା ଜିଲ୍ଲା ସଭାପତିଙ୍କ ମାର୍ଗଦର୍ଶନରେ ବିଜେପି ବର୍ତ୍ତମାନ ଯାଏ ପ୍ରସ୍ତୁତି କରି ଆସିଥିବାରୁ ଚଳିତ ଉପନିର୍ବାଚନ ଶେଷ‌ ହେବା ଯାଏ କୌଣସି ନୂଆ ଲୋକଙ୍କୁ ଦାୟିତ୍ବ ମିଳି ନପାରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe