ବିଜେପିର ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ବିଜେପିର ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ଖୋର୍ଦ୍ଧା: ପଞ୍ଚାୟତସ୍ତରରେ ଚାଲୁଥିବା ଦୁର୍ନୀତି ଓ ଅନୀୟମିତତା ପଛରେ ରାଜ୍ୟ ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଛି, ଏଭଳି ଅଭିଯୋଗ କରି ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯାଇଛି।

ଆଜି ଖୋର୍ଦ୍ଧା ବ୍ଲକର ନିଜିଗଡ଼ ତାପଙ୍ଗ, ନରଣଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ ନେତୃତ୍ବ ନେଇଥିଲେ। ବିଜେପିର ଜିଲ୍ଲା ଓ ସ୍ଥାନୀୟ ନେତାମାନେ ରାଜ୍ୟ ସରକାର ଓ ବିଜେଡି ଦଳକୁ କଡ଼ା ସମାଲୋଚନା କରିଥିଲେ। ଅନୁଷ୍ଠିତ ପ୍ରତିବାଦ ସଭାରେ ଅଭିଭାଷଣ ରଖି  ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ସ୍ବଚ୍ଛଭାରତ ଶୌଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଆଦି ଯୋଜନାରେ ଓ ଏପରିକି ୫ଟି ଅଧୀନରେ ଆସୁଥିବା ବିଭାଗଗୁଡ଼ିକର ବିଭିନ୍ନ ଯୋଜନାକୁ ପଞ୍ଚାୟତସ୍ତରରେ ବିଜେଡିକର୍ମୀ ଓ ନେତାମାନେ କିଭଳି ହଡ଼ପ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ପ୍ରତିବାଦ ସଭାପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀରଞ୍ଜନ ମଙ୍ଗରାଜ, ପ୍ରଦ୍ୟୁମ୍ନ ହରିଚନ୍ଦନ, ସଂଯୋଜକ କିଶୋର ବରାଳ, ବଡ଼ପୋଖରିଆ ମଣ୍ଡଳସଭାପତି ବିପିନ ପାଲଟାସିଂହ, ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାଶ, ବିଭୂଦତ୍ତ ପରିଡ଼ା, ସଂଗ୍ରାମ ସିଂହ, ଗୋବିନ୍ଦ ରାଉତରାୟ, ସଂଗ୍ରାମ ଜଗଦ୍ଦେବ, ଅଜୟ ପାଟ୍ଟଷାଣୀ, ସୁଭଦ୍ରା ପାତ୍ର, ଶୁଭାଙ୍ଗୀ ପାଲଟାସିଂହ, ମନୋଜ ପଶ୍ଚିମ କବାଟ, ରଘୁନାଥ ଶ୍ରୀଚନ୍ଦନ, ଧର୍ମେନ୍ଦ୍ର ସାମନ୍ତରାୟ, ଲିଙ୍ଗରାଜ ମାର୍ଥା, ପ୍ରଫୁଲ୍ଲ ମାନ୍ଧାତା, ଗଙ୍ଗାଧର ଚମ୍ପତ୍ତି, ବିଷ୍ଣୁ ପ୍ରସାଦ ହରିଚନ୍ଦନ, ପୀତବାସ ପାଳ, ଗୋବିନ୍ଦଚନ୍ଦ୍ର ନରେନ୍ଦ୍ରସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe