ଟଙ୍କା ବାଣ୍ଟୁଥିଲେ  ବିଜେପି ପ୍ରାର୍ଥୀ: କାବୁ କଲେ ବିଜେଡିକର୍ମୀ

ଘଟଣାସ୍ଥଳରୁ ଉଠାଇନେଲା ପୁଲିସ

ଟଙ୍କା ବାଣ୍ଟୁଥିଲେ  ବିଜେପି ପ୍ରାର୍ଥୀ: କାବୁ କଲେ ବିଜେଡିକର୍ମୀ

Times of India

ସୁନ୍ଦରଗଡ଼: ଆଜି ରାତି ୯ଟାରେ ସଦରଥାନା କିଞ୍ଜିର୍ମା ନିକଟ ଅନ୍ଧାରୁଆ ରାସ୍ତାରେ  ବିଜେପି  ପ୍ରାର୍ଥୀ ପ୍ରବୀଣ ନାଏକ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଅବସ୍ଥାରେ ଧରା ପଡିଛନ୍ତି। ବିଜେଡି କର୍ମୀମାନେ ଟଙ୍କା ସହ ତାଙ୍କୁ କାବୁ କରିଛନ୍ତି। ଖବର ପାଇ  ପୁଲିସକୁ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲା ବିଜେଡି।

ଶ୍ରୀ ନାଏକ ବିଜେପିର ସୁନ୍ଦରଗଡ଼ 'କ' ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ରାତି ପାହିଲେ ମତଦାନ। ମଙ୍ଗଳବାର ଅପରାହ୍ନ ୫ଟାରୁ ପ୍ରଚାର ବନ୍ଦଥିବା ବେଳେ ଆଜି ରାତିରେ ପ୍ରବୀଣ ନିଜ ଗାଡିରେ କିଛି ସମର୍ଥକଙ୍କ ସହ କିଞ୍ଜିର୍ମା ଅଞ୍ଚଳକୁ ଯାଇଥିଲେ।

ଗାଁ ନିକଟ ରାସ୍ତାରେ  କିଛି ଭୋଟରଙ୍କ ଟଙ୍କା ବାଣ୍ଟୁଥବାବେଳେ ଖବର ପାଇ ବିଜେଡି କର୍ମୀମାନେ ଯାଇ ତାଙ୍କୁ କାବୁ କରିଥିଲେ। ସେତେବେଳେ ପ୍ରବୀଣଙ୍କ ହାତରେ ବିଡା ବିଡା ଟଙ୍କା ଥିଲା। ଶେଷ ଖବର ଅନୁସାରେ ଏସପି ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ  ତଦନ୍ତ କରିଵା ପରେ  ପୁଲିସ ପ୍ରବୀଣଙ୍କୁ ଉଠାଇ ନେଇଛି।

ସୂଚନାଯୋଗ୍ୟ ଘଟଣାର କିଛି ସମୟ ପୂର୍ବରୁ ପ୍ରବୀଣ ଭଷ୍ମା ଥାନାକୁ ଯାଇ ତାଙ୍କ ସମର୍ଥକମାନଙ୍କୁ ପୁଲିସ ଅଟକ ରଖିଥିବାକୁ ନେଇ ପ୍ରତିବାଦ କରି ପୁଲିସ ଉପରେ ବର୍ଷିଥିଲେ। ସେହି ସମୟରେ ସେ ବିଜେଡି ଟଙ୍କା ବାଣ୍ଟୁଥିବା କଥା ଉଠାଇ ପୁଲିସର ନିଷ୍କ୍ରିୟତାକୁ ପ୍ରଶ୍ନ କରିଥିଲେ। ଆଉ କିଛି ସମୟ ପରେ ସେ ନିଜେ ଟଙ୍କା ବାଣ୍ଟି ଧରାପଡିଲେ। ମତଦାନର ଅବ୍ୟବହିତ ପୂର୍ବରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଟଙ୍କା ବାଣ୍ଟି ଧରାପଡିବା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe