huffingtonpost.in
ଭୁବନେଶ୍ବର : ତିର୍ତ୍ତୋଲ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ବିଭୁ ପ୍ରସାଦ ତରାଇ। ଅସନ୍ତୁଷ୍ଟ ହୋଇ ୩ ତାରିଖେର କଂଗ୍ରେସରୁ ଇସ୍ତଫା ଦେଲେ। ୪ ତାରିଖରେ ବିଜେପିରେ ଯୋଗ ଦେଲେ। ୬ ତାରିଖରେ ଅର୍ଥାତ ଆଜି ବିଜେପି ତାଙ୍କୁ ଜଗତସିଂହପୁର ଲୋକସଭା ଆସନରୁ ପ୍ରାର୍ଥୀ କଲା।
ପୂର୍ବତନ ବିଧାୟକ ରବି ମଲ୍ଲିକ ୫ ତାରିଖ ସକାଳେ ବିଜେଡିରୁ ଇସ୍ତଫା ଦେଲେ। ସେହିଦିନ ସନ୍ଧ୍ୟାରେ ବିଜେପିରେ ମିଶିଲେ। ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଆଜି କାକଟପୁର ବିଧାନସଭା ଆସନରେ ତାଙ୍କ ପ୍ରାର୍ଥିିତ୍ବରେ ବିଜେପି ମୋହର ମାରିଛି। ବିଜେପି ଏଠାରେ ପୂର୍ବରୁ ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ସେ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।
କେନ୍ଦ୍ରାପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ଉଭୟ ବିଜେପି ଓ ବିଜେଡି ପାଇଁ କାଠିକର ପାଠ ହୋଇଥିଲା। ଉଭୟ ଦଳର ଅଙ୍କ ଛିଡ଼ୁ ନ ଥିଲା। ତେବେ ଏଠାରେ ପ୍ରାର୍ଥୀ ଚୟନରେ ବିଜେପି ପାଦେ ଆଗକୁ ଯାଇଛି। ଆଜି ସୁନାକର ବେହେରାଙ୍କୁ ଏଠାରେ ବିଜେପି ପ୍ରାର୍ଥୀ ଘୋଷଣା କରିଛି।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପିର ବାକି ଥିବା ଗୋଟିଏ ଲୋକସଭା ଆସନ ଓ ଦୁଇଟି ବିଧାନସଭା ଆସନରେ ଆଜି ପ୍ରାର୍ଥୀ ଘୋଷଣା କରିବା ସହ ଏହି ପ୍ରକ୍ରିୟାର ଅନ୍ତ ଘଟାଇଛି। କିନ୍ତୁ ବିଜେଡି ଓ କଂଗ୍ରେସର ଅଙ୍କ ଏ ଯାଏ ଛିଡ଼ୁନି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ହାତରେ ଆଉ ମାତ୍ର ୩ ଦିନ ସମୟ ଅଛି। ତେଣୁ ଘୋଷଣା ହୋଇ ନ ଥିବା ଆସନଗୁଡ଼ିକରେ ଉଭୟ ଦଳର ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।
Follow Us