ଧାରଣାରୁ ଉଠିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

Advertisment
ନବୀନ ସରକାର କୃଷକ ବିରୋଧୀ, ବିଜେପି ସରକାର ଆସିଲେ ଚାଷୀଙ୍କ ଆୟକୁ ଦୁଇଗୁଣା ହେବ: ପ୍ରଦୀପ ପୁରୋହିତ

odishabytes.com

ବରଗଡ଼/ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ଲାଗି ରାଜନୈତିକ ତାତି ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଥାନା ସମ୍ମୁଖରୁ ଧାରଣାରୁ ଉଠିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ପଦ୍ମପୁର ଏସଡିପିଓ ବିଭୂତିଭୂଷଣ ଭୋଇଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ପ୍ରଦୀପ ପୁରୋହିତଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାତି ପ୍ରାୟ ୨ଟାରେ ସେ ଧାରଣରୁ ଉଠିଥିବା ଜଣାଯାଇଛି। ଏହି ଅବସରରେ ପ୍ରଦୀପ ପୁରୋହିତ କହିଛନ୍ତି ଯେ ପ୍ରଚାର ସରିବା ପରେ ସେ ଲକ୍ଷ୍ମୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ସୂଚନାଯୋଗ୍ୟ, ଥାନା ସମ୍ମୁଖରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଶନିବାର ବିଳମ୍ବିତ ରାତିରେ ଧାରଣା ଦେଇଥିଲେ। ବରିହାପାଲିଠାରେ ତାଙ୍କୁ ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଆକ୍ରମଣ କରିବା ସହ ଯୁକ୍ତିତର୍କ ଏବଂ ଠେଲାପେଲା କରିଥିବା ଶ୍ରୀ ପୁରୋହିତ ଅଭିଯୋଗ କରିଥିଲେ। ଶ୍ରୀ ପୁରୋହିତଙ୍କ ଅଭିଯୋଗ ହେଲା, ବରିହାପାଲି ଗାଁସ୍ଥିତ ଲକ୍ଷ୍ମୀ ମନ୍ଦିରକୁ ସେ ପୂଜା କରିବାକୁ ଯାଇଥିଲେ। ନିର୍ବାଚନ ପ୍ରଚାର ଅବଧି ଶେଷ ହେବା ପରେ ସେ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ସେଠାରେ ଉକ୍ତ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ତାଙ୍କୁ ଘେରିଥିଲେ।
ପ୍ରଚାର ଅବଧି ପରେ ସେ କାହିଁକି ବରିହାପାଲିକୁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସେ ଉତ୍ତର ରଖି ସ୍ପଷ୍ଟୀକରଣ ଦେବାବେଳେ ସାମ୍ବାଦିକଜଣକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି। ସଂପୃକ୍ତ ସାମ୍ବାଦିକ ଏବଂ ସହଯୋଗୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଶ୍ରୀ ପୁରୋହିତ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe