ଝାରସୁଗୁଡ଼ା ଉପନିର୍ବାଚନ: ମତଦାନ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା ଉପନିର୍ବାଚନ: ମତଦାନ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଝାରସୁଗୁଡ଼ାର ଗୁଜୁରାଟୀ କଲୋନିର ବୁଥରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମତଦାନ କରିଥିବା ଜଣାଯାଇଛି। ତାଙ୍କ ସହ ପତ୍ନୀ ମଧ୍ୟ ସେଠାରେ ଭୋଟ୍ ଦାନ କରିଛନ୍ତି।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭୋଟରମାନଙ୍କୁ ଫୁଲ ଚନ୍ଦନ ଦେଇ ଟିକା ଲଗାଇ ମତଦାନ କେନ୍ଦ୍ରକୁ ସ୍ବାଗତ କରାଯାଉଛି। ଅନେକ ନୂଆ ଭୋଟର ଆସିଥିବାବେଳେ ସେମାନେ ମତଦାନ କରିବା ନେଇ ଖୁସି ଥିବା ପରିଲକ୍ଷିତ ହେଉଛି। ବିଭିନ୍ନ ବୁଥ୍‌ରେ ଧାଡିରେ ଭୋଟରମାନଙ୍କୁ ଛଡାଯାଉଛି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର। ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବ ବୋଲି ଭୋଟରମାନେ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ବୁଥରେ ଶୃଙ୍ଖଳାର ସହିତ ଭୋଟରମାନେ ମତଦାନ କରିବାରେ ଲାଗିଛନ୍ତି। ବଭିନ୍ନ ବୁଥରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ମହିଳାମାନଙ୍କ ପାଇଁ ପିଙ୍କ ବୁଥ ବ୍ୟବସ୍ଥା କରାଯାଇଛି। ତେବେ ସାଢ଼େ ୭ଟା ସୁଦ୍ଧା କେତେ ପ୍ରତିଶତ ମତଦାନ ହୋଇଛି ତାହାର ତଥ୍ୟ ଜଣାପଡିନାହିଁ।

publive-image

ଏଥିପ‌ାଇଁ ଝାରସୁଗୁଡ଼ା ପୌରପରିଷଦ ସହ ଝାରସୁଗୁଡ଼ା, କୋଲାବିରା, ଲଇକେରା ଓ କିର୍ମିରା ବ୍ଲକ୍‌ରେ ମୋଟ୍‌ ୨୫୩ଟି ବୁଥ୍‌ ପ୍ରତିଷ୍ଠା କରାଯାଇଛି। ଆଦର୍ଶ ଓ ପିଙ୍କ ବୁଥଗୁଡ଼ିକରେ ଭୋଟରଙ୍କ ପାଇଁ ସ୍କ୍ବାସ୍‌ ପାଣି, ସରବତ, ତରଭୁଜର ବି ବ୍ୟବସ୍ଥା କରାଯାଇଛି। କିଛି ସ୍ଥାନରେ ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯିବା ନେଇ ମଧ୍ୟ ପ୍ରସ୍ତୁତି ଜାରି ରହିଛି। ବୁଥ୍‌କୁ ଆସିବାକୁ ସକ୍ଷମ ନଥିବା ୩୨୧ ଜଣ ବରିଷ୍ଠ ନାଗରିକଙ୍କ ଘରୁ ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ଭୋଟ୍‌ ଗ୍ରହଣ ହୋଇଛି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବୁଥରେ ହ୍ବିଲ ଚେୟାରର ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହେରୁ ଅଧିକ ଅଟୋ‌ ମଧ୍ୟ ପ୍ରଦାନ କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁଲିଂ ବୁଥ ପରିସରରେ ସେଲ୍‌ଫି ପଏଣ୍ଟ ମଧ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe