ଖୁବ୍‌ ଶୀଘ୍ର ଆସିବ ବିଜେପିର ପ୍ରାର୍ଥୀ ତାଲିକା: ମନମୋହନ ସାମଲ

୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି: ଚାନ୍ଦବାଲିରୁ ଲଢ଼ିବେ ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ବର: ଖୁବ୍‌ ଶୀଘ୍ର ଆସିବ ବିଜେପିର ପ୍ରାର୍ଥୀ ତାଲିକା ଆସିବ। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରୁ ଫେରିଲା ପରେ ଗୁରୁବାର ରାତିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମେଣ୍ଟ ସଂପର୍କରେ ଯାହା ହେବ ତାହା ଜଣାଇ ଦିଆଯିବ। ମେଣ୍ଟ ନେଇ ବରିଷ୍ଠ ନେତା ଅମିତ ଶାହ କହିସାରିଛନ୍ତି।

ସୂଚନାଯୋଗ୍ୟ, ଗତ ୬ ତାରିଖ ଠାରୁ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଉଭୟ ଦଳ‌ର ବୈଠକ ବସିଛି। କିନ୍ତୁ ଉଭୟ ଦଳର ନେତାମାନେ ମେଣ୍ଟ ନେଇ ସ୍ପଷ୍ଟ ଭାବେ କିଛି କହୁନାହାନ୍ତି। ବିଜେପି ୩ଟି ପର୍ଯ୍ୟାୟରେ ଯଥାକ୍ରମେ ୧୯୫, ୭୨ ଓ ୯ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଓଡ଼ିଶା ପାଇଁ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ବିଜେଡି ମଧ୍ୟ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରି ନଥିବାରୁ ରାଜନୈତିକ ମହଲରେ ମେଣ୍ଟ ନେଇ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe