ରାଜ୍ୟ କାର୍ଯ୍ୟାଳୟରେ କଳା ଦିବସ ପାଳିଲା ବିଜେପି

Advertisment
ନୂଆ କଂଗ୍ରେସ ମୁଖ୍ୟ ଗାନ୍ଧି ପରିବାରର କଣ୍ଢେଇ: ବିଜେପି

ଭୁବନେଶ୍ୱର : ଜୁନ୍‌ ୨୫, ୧୯୭୫ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଥିବାବେଳେ ଏହାକୁ ଶନିବାର ଦିନ ରାଜ୍ୟ ବିଜେପି କଳା ଦିବସ ଭାବେ ପାଳନ କରିଛି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, କେବଳ ଶାସନ କ୍ଷମତା ଏବଂ ପଦବି ଲୋଭରେ କୋଟି କୋଟି ଲୋକଙ୍କ ସାମ୍ବିଧାନିକ ଅଧିକାରକୁ କଂଗ୍ରେସ ଦଳ ଜଳାଞ୍ଜଳି ଦେଇଆସିଛି। ଜରୁରୀକାଳୀନ ପରିସ୍ଥିତିରେ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଦେଶର ବହୁ ବ୍ୟକ୍ତି ନିଜ ସ୍ୱାଧୀନତାକୁ ଜଳାଞ୍ଜଳୀ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ଲାଲକୃଷ୍ଣ ଆଡଭାନୀ, ମୋରାଜୀ ଦେଶାଇ, ରବି ରାୟଙ୍କ ସମେତ ଅଗଣିତ ସଂଖ୍ୟାରେ ନାଗରିକ ଗଣତନ୍ତ୍ରର ଓ ସମ୍ବିଧାନର ସଂରକ୍ଷଣ ପାଇଁ ନିଜ ତରଫରୁ ଯୋଗ ଦେଇଥିଲେ। ଓଡ଼ିଶାର ଥିବା ୧୨୦୦ରୁ ଉର୍ଦ୍ଧ୍ୱ ସତ୍ୟାଗ୍ରହୀ ଏବଂ ମିଶା ଆଇନ ବଳରେ ଗିରଫ ହୋଇଥିବା ୩୦୦ରୁ ଊର୍ଦ୍ଧ୍ୱ ଛାତ୍ର, ଯୁବ ଏବଂ ରାଜନେତାଙ୍କୁୁ ଗିରଫ କରାଯାଇଥିଲା। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ରାଜ୍ୟର ଅଗଣିତ ସତ୍ୟାଗ୍ରହୀଙ୍କ ବଳିଦାନ ଓ ଯୋଗଦାନ ଅବିସ୍ମରଣୀୟ । ତେଣୁ ସେହି ମହାନ୍ ବ୍ୟକ୍ତିଙ୍କୁ ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କ ତରଫରୁ ଧନ୍ୟବାଦ ଦିଆଯାଇଛି।

ଶନିବାର ଦିନ ରାଜ୍ୟ କାର୍ଯ୍ୟାଳୟଠାରେ ବୁଦ୍ଧିଜୀବୀ ପ୍ରକୋଠ ପକ୍ଷରୁ ଗଣତନ୍ତ୍ରର ସୁରକ୍ଷା ଦିବସ ପାଳନ କରାଯିବା ସହ ଜରୁରୀକାଳିନ ପରିସ୍ଥିତିରେ କାରାବରଣ କରିଥିବା ସଂଗ୍ରାମୀ ବନ୍ଧୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ବୁଦ୍ଧିଜୀବୀ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମା ଓ ଭୁବନାନନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe