ନୂଆପଡ଼ା:ଚକଡ଼ା ପୋକ, ଫସଲ ନଷ୍ଟ ସ୍ଥିତିର ସରଜମିନ ଅନୁଧ୍ୟାନ କଲା ବିଜେପି କେନ୍ଦ୍ରୀୟ ଟିମ୍‌

Advertisment
ନୂଆପଡ଼ା:ଚକଡ଼ା ପୋକ, ଫସଲ ନଷ୍ଟ ସ୍ଥିତିର ସରଜମିନ ଅନୁଧ୍ୟାନ କଲା ବିଜେପି କେନ୍ଦ୍ରୀୟ ଟିମ୍‌

ନୂଆପଡ଼ା: ରାଜ୍ୟରେ ଦେଖାଦେଇଥିବା ଚକଡ଼ା ପୋକ ଜନିତ ଫସଲ ହାନୀରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀ ଆତ୍ମହତ୍ୟା ଓ ଫସଲ କିଆରିରେ ନିଆଁ ଲଗାଇ ଦେବା ଭଳି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବିବ୍ରତ କରିଛି। ଏପରି ସ୍ଥିତିରେ ଆଜି ଭାରତୀୟ ଜନତା ପାର୍ଟିର ଏକ କେନ୍ଦ୍ରୀୟ ଟିମ୍‌ ନୂଆପଡ଼ା ଜିଲ୍ଲାର ମରୁଡ଼ି ଓ ଚକଡ଼ା ପୋକ ଲାଗିଥିବା ଅଞ୍ଚଳ ଗ୍ରସ୍ତ କରି ପରିସ୍ଥିତିର ସରଜମିନ୍‌ ଅନୁଧ୍ୟାନ କରିଛନ୍ତି। ଏହି ଟିମ୍‌ ଏଠାରୁ ଫେରିବା ପରେ ଏ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ରିପୋର୍ଟ ପ୍ରଦାନ କରିବେ।
ବିଜେପି ଜାତୀୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପଦକ ପି ସୁଗୁନାକର ରାଓ, ସାଂସଦ ଓମପ୍ରକାଶ ଯାଦବ, ସାଂସଦ ସାବିତ୍ରୀ ଠାକୁର, ମହେଶ୍ୱର ସାହୁ, ଡ. ଶମ୍ଭୁ କୁମାର, ତିରୁପତି ରାଓ, ଛୋଟେଲାଲ ମହାନ୍ତ, ଶିବାଜୀ ମହାନ୍ତି, ସମୀର ପାତ୍ର ଓ ସୁକାନ୍ତ ପାଣିଗ୍ରାହୀଙ୍କୁ ନେଇ ଗଠିତ ଏହି ଟମ୍‌ ଆଜି ସକାଳେ ସର୍କିଟ ହାଉସ୍‌ରୁ ବାହାରି ଭୁଙ୍ଗରପାଣି ଗ୍ରାମକୁ ଯାଇ ସେଠାରେ ଧାନ କ୍ଷେତରେ ଲାଗିଥିବା ଚକଡ଼ା ପୋକ ସମ୍ପର୍କରେ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ପରେ ପରେ ଏହି ପ୍ରତିନିଧି ଦଳ ତାରଭଙ୍ଗ ଓ ଲାଞ୍ଜିମଲା ଯାଇଥିଲେ। ଲାଞ୍ଜିମାଲଠାରେ ପ୍ରତିନିଧି ଦଳ ଚାବୁଲାଲ ସାହୁ ନାକ ଜଣେ ଚାଷୀଙ୍କ ସାଢ଼େ ୪ ଏକର ଧାନ ଜମିରେ ଚକଡ଼ା ପୋକ ଲାଗିଥିବା ଦେଖିବା ପରେ ତାଙ୍କ ସହିତ ଆଲୋଚନା କରି ତାଙ୍କୁ ସାନ୍ଵନା ଦେଇ ଫେରିଥିଲେ। କୌଣସି ପରିସ୍ଥିତିରେ ବ୍ୟସ୍ତ ନ ହୋେଇ ଧର୍ଯ୍ୟ ଧରିବାକୁ ଏହି ପ୍ରତିନିଧି ଦଳ ଚାଷୀମାନଙ୍କୁ ବୁଝାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe