ପଦ୍ମପୁର ଉପନିର୍ବାଚନ: ବିଜେଡି ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ କଲା ବିଜେପି

ସବୁ ଦେଖି ପୁଲିସ ନିରବ: ବିିଜେପି

ପଦ୍ମପୁର ଉପନିର୍ବାଚନ: ବିଜେଡି ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ କଲା ବିଜେପି

ଭୁବନେଶ୍ବର : ରାତି ପାହି‌ଲେ ପଦ୍ମପୁର ଉପନିର୍ବାଚନ। ହେଲେ ବିଜେଡି ଓ ବିଜେପି ନେତାଙ୍କର ପରସ୍ପର ବିରୋଧରେ ଅଭିଯୋଗ ଶେଷ ହେଉନି। ବିଧିବଦ୍ଧ ନିର୍ବାଚନ ପ୍ରଚାର ଶେଷ ହେବା ପରେ ବି ବିଜେଡି ନେତାମାନେ ପଦ୍ମପୁରରେ ଟଙ୍କା ବାଣ୍ଟୁଛନ୍ତି। ବିଜେଡି ଖୋଲାଖୋଲି ଟଙ୍କା ବାଣ୍ଟୁଥିଲେ ବି ପୁଲିସ ପ୍ରଶାସନ ନିରବ ସାଜିଛି ବୋଲି ବିଜେପି ଆଜି ସିଇଓଙ୍କ ନିକଟରେ ଅଭିଯୋଗ କରିଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ଯେ ଜଗଦଲପୁର ଥାନା ଅଧୀନ ସରେଇକେଲା ଅଞ୍ଚଳରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ଭାଇ ଭୋଜରାଜ ସିଂହ ବରିହା ଆଜି ଟଙ୍କା ବାଣ୍ଟୁଥିବା ବେଳେ ଭୋଟର ତାଙ୍କୁ କାବୁ କରିଥିଲେ। କିନ୍ତୁ ପୁଲିସ ଉପସ୍ଥିତିରେ ଭୋଜରାଜ ଅନ୍ୟ ଏକ ଗାଡ଼ିରେ ଖସି ପଳାଇ ଯାଇଥିଲେ। ପୁଲିସ ସବୁ ଦେଖି ଚୁପ୍ ରହିଥିଲା। ଯାହାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେଉଛି।

ସେହିପରି ପଦ୍ମପୁରର ବାରିକେଲ ପଞ୍ଚାୟତର ଚିତାଖୋଲ ଗାଁ ଓ ପାଇକମାଲ ବ୍ଲକର କାସଡା ଓ ନିଳାଥର ପଞ୍ଚାୟତରେ ବିଜେଡି କର୍ମୀ ଭୋଟରଙ୍କୁ ଟଙ୍କା ଦେଇ ଭୋଟ ହାତେଇବାର ହୀନଚକ୍ରାନ୍ତ କରୁଛନ୍ତି। ବିଜେଡି ହାରିବା ଭୟରେ ସ୍ୱାଭିମାନୀ ପଦ୍ମପୁରବାସୀଙ୍କୁ ଟଙ୍କା ଦେଇ ଭୋଟ ହାତେଇବାର ଅପଚେଷ୍ଟା କରୁଛି। ସେହିପରି ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବାକୁ ବରିହାପାଲି ପଞ୍ଚାୟତକୁ ଯାଇଥିବା ବେଳେ ଏକ ଘରୋଇ ‌ଟିଭି ଚ୍ୟାନେଲ୍‌ର ସାମ୍ବାଦିକ ଘଟଣାସ୍ଥଳରେ ବିଜେଡି କର୍ମୀଙ୍କ ସହଯୋଗରେ ଉତ୍ତେଜନା ସୃଷ୍ଟି କରି ଶ୍ରୀ ପୁରୋହିତଙ୍କୁ ମିଛରେ ବଦନାମ୍ କରିଛନ୍ତି। ସ୍ଥାନୀୟ ପୁଲିସ ଓ ପ୍ରଶାସନ ଶାସକ ଦଳର ହାତବାରିସି ସାଜି ବିଜେଡି ନେତାଙ୍କୁ ସାହାଯ୍ୟ କରୁଛନ୍ତି। ଯାହା ସୁସ୍ଥ ଗଣମାଧ୍ୟମ ପ୍ରତି ବିପଦ। ତେଣୁ ବିଜେଡି କର୍ମୀଙ୍କ ଟଙ୍କା ବାଣ୍ଟିବା, ଘରୋଇ ଟିଭି ଚ୍ୟାନେଲ୍‌ ସାମ୍ବାଦିକ ଓ ବିଜେଡି ଗୁଣ୍ଡାମାନଙ୍କ ବିରୋଧରେ ସିଇଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରିଛି। ବିଜେପିର ଏହି ପ୍ରତିନିଧି ଦଳରେ ବିଧାୟକ ଭାସ୍କର ମଢ଼େଇ, ନବ ଚରଣ ମାଝୀ ଓ ଲିଗାଲ ସେଲ୍‌ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe