ବିଜେଡି ଓ କଳିଙ୍ଗ ଟିଭି ବିରୋଧରେ ଅଭିଯୋଗ ଆଣିଲା ବିଜେପି

Advertisment
ବିଜେପି ସମର୍ଥକଙ୍କ ଘର ଉପରକୁ ବୋମାମାଡ଼ ଉତ୍ତେଜନା, ପୁଲିସ ମୁତୟନ

ଭୁବନେଶ୍ବର : ଆଦର୍ଶ ଆଚରଣ ବିଧି ଲାଗୁ ନିୟମ ଅନୁଯାୟୀ ମତଦାନର ୪୮ଘଣ୍ଟା ପୂର୍ବରୁ କୌଣସି ଟିଭି ଚ୍ୟାନେଲ୍‌ ରାଜନୈତିକ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରିପାରିବେନି। କିନ୍ତୁ ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲୁଥିବାବେଳେ କଳିଙ୍ଗ ଟିଭି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ, ସୋନପୁର ଏବଂ ବାଲିଗୁଡ଼ାରେ ନିର୍ବାଚନୀ ପ୍ରଚାର କରୁଥିବାବେଳେ କନ୍ଧମାଳର ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କଳିଙ୍ଗ ଟିଭି ବାରମ୍ବାର ଏହାର ସିଧା ପ୍ରସାରଣ କରିଥିଲା। ଯାହା ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିୟମ ୩/ଇଆର/୨୦୧୮/ଏସ୍‌ଡିଆର ୧୫/୦୪/୨୦୧୯କୁ ଅବମାନନା କରିଛି।

ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସମୟରେ ବିଜେଡି ତାହାର ଇସ୍ତାହାର ଉନ୍ମୋଚନ କରିଥିଲା। ଏହା ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛି। ଏହା ସେକ୍ସନ ୧୨୬, ଆର୍‌ପି ଆକ୍ଟ ୧୯୫୧କୁ ଉଲ୍ଲଂଘନ କରିଛି। ତେଣୁ ମୁଖ୍ୟ ନିର୍ବାଚନ ଅଧିକାରୀ କଳିଙ୍ଗ ଟିଭି ଓ ବିଜେଡି ଉପରେ କାର୍ଯ୍ୟୃାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe