ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରିବା ଏକ ଦୁର୍ଭାଗ୍ୟଜନକ ଘଟଣା: ବିଜେପି ରାଜ୍ୟ ସଭାପତି

Advertisment
ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରିବା ଏକ ଦୁର୍ଭାଗ୍ୟଜନକ ଘଟଣା: ବିଜେପି ରାଜ୍ୟ ସଭାପତି

ଦେବଗଡ଼: ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ ହେବା ପରେ ବିଜେପି କର୍ମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ତେବେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଦେବଗଡ ଗସ୍ତ କରିଥିଲେ । ଦେବଗଡରେ ପଂହଚିବା ପରେ ସେମାନେ ପ୍ରଥମେ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ସାକ୍ଷାତ କରିବା ସହିତ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ତେବେ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ପୁଲିସ ତୁରନ୍ତ ଗିରଫ କରିବା ଏକ ଦୁର୍ଭାଗ୍ୟଜନକ ଘଟଣା ଏବଂ ଉକ୍ତ ଘଟଣାକୁ ନିନ୍ଦା କରିଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି । ଏହାସହିତ ରାଜ୍ୟ ସରକାରଙ୍କ ବିରୋଧୀ ଦଳପ୍ରତି ଅସହିଷ୍ଣୁତା ଭାବ ପରିପ୍ରକାଶ ପାଉଛି । ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ।

ଏହାପରେ ଦେବଗଡ ସହରରେ ଥିବା ବିଜେପି ପକ୍ଷରୁ ଟ୍ରାଫିକ ଛକ ଠାରେ ଚାଲିଥିବା ରାସ୍ତାରୋକରେ ସାମିଲ ହୋଇ ବିଜେପିକର୍ମୀଙ୍କ ସହିତ ଆଲୋଚନା କରିଥିଲେ । ଉକ୍ତ ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, କାଳନ୍ଦୀ ସାମଲ, ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଇରାସିଷ ଆଚାର୍ଯ୍ୟ, ପ୍ରବକ୍ତା ଠାକୁର ରଣଜିତ, ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନତ ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବଗଡ ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ସାହୁ, ବରିଷ୍ଠ ବିଜେପି ନେତା ରୋହିତ ଗଙ୍ଗଦେବ, ପୌରପରିଷଦର ‌ଉପାଧ୍ୟକ୍ଷ ପ୍ରଜିତ ଭେ‌ାଜଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe