ଦେବରାଜଙ୍କ ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ

Advertisment
ଦେବରାଜଙ୍କ ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ
ବେଗୁନିଆପଡ଼ା :  ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ପ୍ରାକ୍ତନ ବ୍ଲକ୍‌ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗତକାଲି ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ଆଜି ଘୁମୁସର ବିଜେପି ସାଂଗଠନିକ ଜିଲ୍ଲାର ଏକ ପ୍ରତିନିଧି ଦଳ ସୁମଣ୍ଡଳ ଯାଇ ମୃତକଙ୍କ ପରିବାରକୁ ଭେଟିଛନ୍ତି। ଘୁମୁସର ବିଜେପି ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଆସିକା ସାଂସଦ ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀ, କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ, ବ‌ିଜେପି ଉପସଭାପତି ପ୍ରଭାକର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର ଓ ସ୍ଥାନୀୟ ମଣ୍ଡଳ ସଭାପତି ନିରଞ୍ଜନ ସ୍ବାଇଁ, ନାରାୟଣ ସୁମନ୍ତରାୟ, ଉପ ସଭାପତି ଅନୀଲ ପଣ୍ଡା ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ୍‌ ଥିଲେ।
ଗୋକୁଳାନନ୍ଦ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। କଟକ ଜିଲ୍ଲା ମାହାଙ୍ଗା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉୁଜୁଡ଼ିଯାଇଥିବା ପ୍ରମାଣ ମିଳିଥିଲା। ବର୍ତ୍ତମାନର ଏହି ହତ୍ୟାକଣ୍ଡ ପରେ ଶାସକ ଦଳର ନେତା ଓ କର୍ମୀ ମଧ୍ୟ ସୁରକ୍ଷିତ ନୁହନ୍ତି ବୋଲି ପ୍ରମାଣିତ ହୋଇଛି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ବିଜେଡି ଗୋଷ୍ଠୀ କନ୍ଦଳର ଫଳ ବୋଲି ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe