ଆୟୁଷ୍ମାନ ଯୋଜନାରେ ଓଡ଼ିଶାକୁ ସାମିଲ କର: ବିଜେପି

Advertisment

ଏକ କୋଟି ଦସ୍ତଖତ ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ଦିଆଗଲା

ଏକ କୋଟି ଦସ୍ତଖତ ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ଦିଆଗଲା

ଆୟୁଷ୍ମାନ ଯୋଜନାରେ ଓଡ଼ିଶାକୁ ସାମିଲ କର: ବିଜେପି

ଭୁବନେଶ୍ବର : ମୋଦୀ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶାବାସୀଙ୍କୁ ସାମିଲ କରାଯିବା ପାଇଁ ବିଜେପି ତା’ର ଦାବିକୁ ଜୋର୍‌ଦାର୍‌ କରିଛି। ଏହି ଦାବି ନେଇ ଦଳ ପକ୍ଷରୁ ସେପ୍ଟମ୍ବର ୩୦ରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ କରାଯାଇଥିଲା। ସାରା ଓଡ଼ିଶାରୁ ସଂଗୃହୀତ ୧ କୋଟିରୁ ଅଧିକ ଦସ୍ତଖତ ସମ୍ବଳିତ ଦାବିପତ୍ର ଆଜି ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

ବିଜେପିର ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ଦଳ ପକ୍ଷରୁ କୁହାଯାଇଛି, ରାଜ୍ୟ ସରକାର ଅସହିଷ୍ଣୁ ମନୋଭାବ ରଖି ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରୁ ନାହାନ୍ତି। ଏଠାରେ ବିଜୁ ସ୍ବାସ୍ଥ୍ୟ ଯୋଜନା ଲାଗୁ ହୋଇଥିଲେ ବି ଅନ୍ୟ ରାଜ୍ୟରେ ବସବାସ କରୁଥିବା ଓଡ଼ିଆମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ। ଏପରିକି ରାଜ୍ୟରେ ରହୁଥିବା ଲୋକ ଅନ୍ୟ ରାଜ୍ୟକୁ ଯାଇ ଚିକିତ୍ସିତ ହୋଇପାରିବେ ନାହିଁ। ଏହାକୁ ନେଇ ଓଡ଼ିଶାବାସୀଙ୍କ ମନରେ ବିରାଟ କ୍ଷୋଭ ସୃଷ୍ଟି ହୋଇଛି। ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ ଚାଲିଥିଲା ବେଳେ ଲୋକଙ୍କ ମଧ୍ୟରେ ଏପରି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ରାଷ୍ଟ୍ରପତିଙ୍କୁ ଏ ସମ୍ପର୍କରେ ଅବଗତ କରାଇବେ ବୋଲି ରାଜ୍ୟପାଳ ବିଜେପି ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିନିଧି ଦଳରେ ବିଜେପି ବିଧାୟକ ରବି ନାଏକ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ନୟନ ମହାନ୍ତି, ସାଧାରଣ ସମ୍ପା‌ଦକ ପୃଥ୍ବରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ସିମନ୍ତିନୀ ଜେନା, ସୁଦୀପ୍ତ ରାୟ, ଗୋଲକ ପ୍ରସାଦ ମହାପାତ୍ର, ଦିଲ୍ଲୀପ ମହାନ୍ତି, ମ‌େହଶ୍ବର ସାହୁ, ଠାକୁର ରଣଜିତ ଦାଶ, ଟଙ୍କଧର ତ୍ରିପାଠୀ, ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ, ହରେକୃଷ୍ଣ ଖୁଣ୍ଟିଆ, ବଦ୍ରି ଧଳ, ବିଭୂତି ପ୍ରଧାନ ଓ ସୁବାସ ଜେନା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe