Odisha Sun Times
ଭୁବନେଶ୍ବର : ଗତକାଲି ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୨ଟି ବୁଥ୍ରେ ଇଭିଏମ୍ ନଷ୍ଟ, ୬୦ଟି ବୁଥ୍ରେ ଇଭିଏମ୍ ଅଚଳ, ୭ଟି ବୁଥ୍ ଦଖଲ(କ୍ୟାପ୍ଚରିଂ), ଓ ୨୮ଟି ବୁଥ୍ରେ ରିଗିଂ ହୋଇଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି। ସେହିପରି ୨୯୬ଟି ଇଭିଏମ୍ ମେସିନରେ ତ୍ରୁଟି ଥିବାରୁ ଭୋଟଦାନ ବିଳମ୍ବରେ ହୋଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ବିଜେପି ଉପ ସଭାପତି ସମୀର ମହାନ୍ତିିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଫେରାଦ ହୋଇଛି।
ଏ ନେଇ ଦଳୀୟ ଉପ ସଭାପତି ଶ୍ରୀ ମହାନ୍ତି ଏକ ବିବୃତିରେ ଦାବି କରିଛନ୍ତି, ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବା ସହିତ ରିଗିଂ ଓ ଦଖଲ ହୋଇଥିବା ବୁଥ୍ଗୁଡ଼ିକରେ ସାନି ମତଦାନ କରାଯାଉ। ଏହା ସହିତ ନିର୍ବାଚନ ପରିଚାଳନାରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବୁଥ୍ ରିଗିଂ ଓ ଦଖଲ ପାଇଁ ସେ ବିଜେଡିକୁ ଦାୟୀ କରିଛନ୍ତି। ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ରମାରଂଜନ ବଳିୟାର ସିଂ, ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମୁଖ୍ୟ ସଂଯୋଜକ ରବିଶଙ୍କର ପଟ୍ଟନାୟକ, ସଂଯୋଜକ ଜୟନ୍ତ ଜେନା, ଆଇନଜୀବୀ ସତ୍ୟବ୍ରତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
Follow Us