କେନ୍ଦ୍ରାପଡ଼ାରୁ ତୁରନ୍ତ ବିଜେଡି ମନ୍ତ୍ରୀ, ବିଧାୟକଙ୍କୁ ବାହାର କରାଯାଉ : ବିଜେପି

Advertisment

ସିଇଓଙ୍କୁ ଦିଆଗଲା ଦାବିପତ୍ର, ଷ୍ଟ୍ରଙ୍ଗ୍‌ରୁମ୍‌ରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଦାବି

ସିଇଓଙ୍କୁ ଦିଆଗଲା ଦାବିପତ୍ର, ଷ୍ଟ୍ରଙ୍ଗ୍‌ରୁମ୍‌ରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଦାବି

କେନ୍ଦ୍ରାପଡ଼ାରୁ ତୁରନ୍ତ ବିଜେଡି ମନ୍ତ୍ରୀ, ବିଧାୟକଙ୍କୁ ବାହାର କରାଯାଉ : ବିଜେପି

ଭୁବନେଶ୍ବର : ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସମସ୍ତ ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ଓ ୪୨ଟି ବିଧାନସଭା କ୍ଷେତ୍ରରେ ବିଜେଡିର ୯୭ ଜଣ ମନ୍ତ୍ରୀ, ବିଧାୟକ ଓ ନେତା ଆସ୍ଥାନ ପକାଇ ନିର୍ବାଚନ ପ୍ରଚାରରେ ମାତିଛନ୍ତି। ବିଶେଷ କରି କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ପ୍ରତି ବିଧାନସଭା କ୍ଷେତ୍ରରେ ବିଜେଡିର ବାହୁବଳୀ ଓ କଳାଟଙ୍କାରେ ବଳିୟାନ ନେତାମାନେ ପୂରା ପ୍ରଚାର ଦାୟିତ୍ବ ନେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଦଳ ପକ୍ଷରୁ ଏ ନେଇ ଏକ ଅଭିଯୋଗ ପତ୍ର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ପ୍ରଦାନ କରାଯିବା ସହ ଏହି ନେତାମାନଙ୍କୁ ୪୮ ଘଣ୍ଟା ପୂର୍ବରୁ ସଂପୃକ୍ତ ନିର୍ବାଚନମଣ୍ଡଳୀରୁ ବାହାର କରିବା ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ବିଜେପି ପକ୍ଷରୁ କୁହାଯାଇଛି, ସବୁଠୁ ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ତୁରନ୍ତ ବିଜେଡି ନେତାମାନେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରି ଭୟଭୀତ କରିବା ସହ ଟଙ୍କା ବାଣ୍ଟିବା ପରି ବେନିୟମ କାମ କରୁଛନ୍ତି। ତେଣୁ ଏଠାରୁ ବିଜେଡି ମନ୍ତ୍ରୀ, ବିଧାୟକ, ବିଜୁ ଯୁବ ବାହିନୀର ସଦସ୍ୟ ଓ ଭୋଟର୍ ତାଲିକାରେ ନାମ ନ ଥିବା ଭୋଟର୍‌ମାନଙ୍କୁ ତୁରନ୍ତ କାଢ଼ିବାକୁ ସିଇଓ ପଦକ୍ଷେପ ନେବାକୁ ଦଳ ଦାବି କରିଛି। ସେହିପରି ଇଭିଏମ୍‌ ଥିବା ଷ୍ଟ୍ରଙ୍ଗ୍ ରୁମ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯିବା ସହ ସେଠାରେ ସିସିଟିଭି ଲଗାଇବାକୁ ବିଜେପି ସିଇଓଙ୍କ ନିକଟରେ ଦାବି କରିଛି। ସମୀର ମହାନ୍ତିଙ୍କ ନେତୃତ୍ବରେ ସିଇଓଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳରେ ରମାରଞ୍ଜନ ବଳିୟାରସିଂହ ଓ ରବି ଶଙ୍କର ପଟ୍ଟନାୟକ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe