ଝାରସୁଗୁଡ଼ାରେ ମଲ୍ଟି ସ୍ପେସିଆଲିଷ୍ଟ ହସ୍ପିଟାଲ ପାଇଁ ବିଜେପିର ଦାବି

Advertisment

ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଭୁଲି ଯାଇଥିବା ଅଭିଯୋଗ

ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଭୁଲି ଯାଇଥିବା ଅଭିଯୋଗ

ଝାରସୁଗୁଡ଼ାରେ ମଲ୍ଟି ସ୍ପେସିଆଲିଷ୍ଟ ହସ୍ପିଟାଲ ପାଇଁ ବିଜେପିର ଦାବି

YouTube

ଭୁବନେଶ୍ବର : ଝାରସୁଗୁଡ଼ା ସହରରେ ଥିବା ହସ୍ପିଟାଲକୁ ୫୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସିଆଲିଷ୍ଟ ହସ୍ପିଟାଲ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ବିଜେପି ଦାବି କରିଛି। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସେହି ଜିଲ୍ଲାର ହୋଇଥିଲେ ବି ସେ ତାଙ୍କ ପ୍ରତିଶ୍ରୁତି ଭୁଲି ଜିଲ୍ଲାବାସୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚାର ଟଙ୍କଧର ତ୍ରିପାଠୀ କହିଥିଲେ ଯେ ସ୍ବାସ୍ଥ୍ୟମନ୍ତ୍ରୀ ସାରା ଓଡ଼ିଶା ବୁଲି ବିଭିନ୍ନ ମେଡିକାଲ ଦେଖିଲେ। କିନ୍ତୁ ନିଜ ନିର୍ବାଚନମଣ୍ଡଳୀରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଭୁଲିଗଲେ। ଗତ ବର୍ଷ ମେ’ ମାସରେ ଝାରସୁଗୁଡ଼ା ଜିଲ୍ଲାର ମଙ୍ଗଳବଜାରସ୍ଥିତ ମୁଖ୍ୟ ଡାକ୍ତରଖାନା ଚିକିତ୍ସାଳୟକୁ ସହରରୁ ୧୫ କିମି ଦୂରକୁ ସ୍ଥାନାନ୍ତରଣ କରାଯାଇଥିଲା। ସେ ସମୟରେ ଦଳମତ ନିର୍ବିଶେଷରେ ପୁରୁଣା ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ଆନ୍ଦୋଳନ ହୋଇଥିଲା ଓ ସେହି ମେଡିକାଲର ଉନ୍ନତୀକରଣ କରି ଚଲାଇ ରଖିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଝାରସୁଗୁଡ଼ାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କରିଲେ ନାହିଁ। ଗମନାଗମନର ବ୍ୟବସ୍ଥା ନ ଥିବାରୁ ରୋଗୀ ବିଶେଷ କରି ଗର୍ଭବତୀ ମହିଳାମାନଙ୍କୁ ୧୫ କିମି ଦୂରରେ ଥିବା ନୂଆ ହସ୍ପିଟାଲକୁ ନେବାରେ ସମସ୍ୟା ସୃଷ୍ଟି ହେଉଛି। ଦୀପ ତଳ ଅନ୍ଧାର ଭଳି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ଲୋକମାନଙ୍କୁ ଠିକ୍ ଭାବେ ସ୍ୱାସ୍ଥ୍ୟ ସେବା ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସ୍ୱାସ୍ଥ୍ୟମନ୍ତ୍ରୀ ଯଦି ତୁରନ୍ତ ଏ ଦିଗରେ ପଦକ୍ଷେପ ନନେବେ ତେବେ ଆଗାମୀ ଦିନରେ ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe