ଘସିପୁରାର ଗୋହିରା ପଞ୍ଚାୟତରେ ସାନି ମତଦାନ ଦାବି କଲା ବିଜେପି

Advertisment
ଘସିପୁରାର ଗୋହିରା ପଞ୍ଚାୟତରେ ସାନି ମତଦାନ ଦାବି କଲା ବିଜେପି

odishasuntimes.com

ଭୁବନେଶ୍ୱର : ଘସିପୁରା ବିଧାନସଭା ନିର୍ବାଚନୀ ମଣ୍ଡଳୀର ବାଲୁଗାଁର ଗୋହିରା ପଚାଂୟତରେ ଏକ ବୁଥରେ ପୋଲିଂ ଦାୟିତ୍ୱରେ ଥିବା ଅଧିକାରୀ ନିଜେ ଇଭିଏମ ପାଖକୁ ଯାଇ ବାରମ୍ଭାର ଭୋଟ ଦେଉଛନ୍ତି । ଏହାର ଏକ ମୋବାଇଲ ଭିଡିଓ ଗତ ଦୁଇଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ଆଜିର ସମ୍ବାଦ ଖବର କାଗଜରେ ପ୍ରକାଶ ପାଇବା ସହ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ନିର୍ବାଚନ ଦାୟିତ୍ୱରେ ଥିବା ଜଣେ ପୋଲିଂ ଅଧିକାରୀ ବେଆଇନ, ଅସାମ୍ବିଧାନିକ ଭାବେ ଏବଂ ବିଧି ବ୍ୟବସ୍ଥାକୁ ବେଖାତିର କରି ଭୋଟ ମତଦାନ କରିବା ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରିବା ସହ ଭାରତୀୟ ଦଣ୍ଡବିଧାନ ଅନୁଯାୟୀ ଏକ ଅପରାଧ। ଏହାର ପ୍ରତିବାଦରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଘଟଣାର ତୁରନ୍ତ ତଦନ୍ତ କରିବା ସହ ସଂପୃକ୍ତ ପୋଲିଂ ଅଧିକାରୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମ୍ପୃକ୍ତ ବୁଥରେ ସାନି ମତଦାନ କରିବା ପାଇଁ ଏହି ପ୍ରତିନିଧି ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଗୋବିନ୍ଦ ଅଗ୍ରୱାଲ, ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ, ନିର୍ବାଚନ ପ୍ରକୋଷ୍ଠର ଆବାହକ ଶ୍ରୀ ରବିଶଙ୍କର ପଟ୍ଟନାୟକ ଏବଂ ସମ୍ବଲପୁର ବିଜେପି ମିଡିଆ ଜୋନର ମୁଖ୍ୟ ଶ୍ରୀ ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe