ରାଜ୍ୟରେ ଦିନକୁ ୭ଟି ଦୁଷ୍କର୍ମ ମାମଲା ହେଉଛି: ବିଜେପି ‌

Advertisment

ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ମାମଲାରେ ଗର୍ଜିଲେ ପୂର୍ବତନ ସାଂସଦ

ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ମାମଲାରେ ଗର୍ଜିଲେ ପୂର୍ବତନ ସାଂସଦ

ରାଜ୍ୟରେ ଦିନକୁ ୭ଟି ଦୁଷ୍କର୍ମ ମାମଲା ହେଉଛି: ବିଜେପି ‌

ନବରଙ୍ଗପୁର: ଜିଲ୍ଲାର କୁନ୍ଦେଇ ଥାନା ଅଞ୍ଚଳରେ ଯେଉଁ ଲଜ୍ଜା ଜନକ ଘଟଣା ଘଟିଛି ଉକ୍ତ ଘଟଣାକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଗୃହ ବିଭାଗ ରହିଛି। ରାଜ୍ୟରେ ଦିନକୁ ୭ ଗୋଟି ଦୁଷ୍କର୍ମ ମାମଲା ହେଉଥିବା ବେଳେ ୭ରୁ ୮ ଗୋଟି ମହିଳା ଓ ଶିଶୁ ଅପହରଣ ମାମଲା ହେଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଛି। ବିଭିନ୍ନ ମାମଲାରେ ଦେଖାଦେଇଛି ଯେ ମୁଖ୍ୟମନ୍ତ୍ରୀ କେବଳ ଆଇନ ତାବାଟରେ ଯିବ ବୋଲି କହୁଥିବା ବେଳେ ବେଆଇନ କାମ ସବୁକ୍ଷେତ୍ରରେ ପରିଲିକ୍ଷିତ ହେଉଛି। ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର।

ଉମରକୋଟ ବିଧାୟକ ନିତ୍ୟାନ୍ଦ ଗଣ୍ଡ କହିଛନ୍ତି ଆଜିର ଦିନରେ ସ୍କୁଲ ଗୁଡ଼ିକ ସୁରକ୍ଷିତ ନୁହେଁ। ଛାତ୍ରୀମାନଙ୍କ ଉପରେ ଏଭଳି ଘଟଣା ଘଟୁଥିବା ବେଳେ ସରକାର ନିରବ ଦ୍ରଷ୍ଟା ସାଜୁଛନ୍ତି। ଯାହା ଫଳରେ ପୀଡିତାଙ୍କୁ ନ୍ୟାୟ ମିଳୁନି। ଗିରଫ ହୋଇଥିବା ଏହି ୨ ଜଣ ଶିକ୍ଷକଙ୍କ ବିରୋଧରେ ବହୁ ପୂର୍ବରୁ ଗ୍ରାମବାସୀ ଜିଲ୍ଲା ମଙ୍ଗଳ ଅଧିକାରୀ, ତାଙ୍କୁ ଓ ସାଂସଦଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଯଦି ପୂର୍ବରୁ ଏହି ୨ ଶିକ୍ଷକଙ୍କୁ ଠିକ ସମୟରେ ସଠିକ୍ ପଦକ୍ଷେପ ନିଆଯାଇଥାନ୍ତା ତେବେ ଆଜି ଏଭଳି ଘଟଣା ଦେଖିବାକୁ ମିଳିନଥାନ୍ତା। ସେବା ଶ୍ରମ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ମାନେ ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ରହୁଛନ୍ତି। ବଦଳି କରାଯାଉ ନାହିଁ। ଏପରି ବହୁ ଘଟଣା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଘଟୁଥିବା ଯୋଗୁଁ ଝିଅ ମାନେ ସ୍କୁଲ ଯିବା ପାଇଁ ଅନିଛା ପ୍ରକାଶ କରୁଛନ୍ତି। ଯାହା ଫଳରେ ଜିଲ୍ଲାରେ ବାଳିକା ଡ୍ରପ ଆଉଟ ବଢ଼ିଚାଲିଛି । ଯଦି ଏହି ଘଟଣା ଏତେ ଗୁରୁତର ନଥାନ୍ତା ତେବେ ଏହି ଘଟଣାକୁ ବି ଦବାଇ ଦିଆଯାଅନ୍ତା ବୋଲି ବିଧାୟକ ନିତ୍ୟା ଗଣ୍ଡ ଗଣମାଧ୍ୟମକୁ କହିଛନ୍ତି। ପୀଡିତାଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ବିଧାୟକ। ବିଜେପିର ଏକ ପ୍ରତିନିଧୀ ଦଳ ଆଜି ଡାକ୍ତରଖାନାକୁ ଯାଇ ପୀଡିତା ଓ ପରିବାର ବର୍ଗଙ୍କୁ ସାକ୍ଷାତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe