ଜଗନ୍ନାଥଙ୍କୁ ହତାଦର ଅଧଃପତନର ଅୟମାରମ୍ଭ: ବିଜେପି

Advertisment
ଜଗନ୍ନାଥଙ୍କୁ ହତାଦର ଅଧଃପତନର ଅୟମାରମ୍ଭ: ବିଜେପି

ଭଦ୍ରକ: ଜଗତରନାଥ ପରମପିତା ପ୍ରଭୁ ଶ୍ରୀଜଗନ୍ନାଥ କୋଟି ଜନତାଙ୍କ ଆରାଧ୍ୟ ଦେବତା। ସମଗ୍ର ବିଶ୍ଵପିତା ସେ। ତାଙ୍କୁ ହତାଦର କରି ଫିଙ୍ଗିବା, ଅଧଃପତନର ଅୟମାରମ୍ଭ ବୋଲି ବିଜେପି ଆରୋପ କରିଛି। ଗତ କିଛିଦିନ ତଳେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ନେହେରୁ ଷ୍ଟାଡିୟମରେ ଜିଲ୍ଲା ସାଂସ୍କୃତିକ ମହୋତ୍ସବ ‘ଭଦ୍ରାୟଣୀ’ ଆୟୋଜିତ ହୋଇଥିଲା। ଏହି ଉତ୍ସବକୁ ସାଂସଦ, ବିଧାୟକମାନେ ଅତିଥି ଭାବେ ନିମନ୍ତ୍ରିତ ହୋଇ ପ୍ରଦୀପ ଜାଳି ଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ଅର୍ପଣ କରି ଉଦ୍‌ଘାଟନ କରୁଥିଲେ। ବିଶେଷ ଭାବେ ଏହି ଉତ୍ସବକୁ ପ୍ରଚ୍ଛଦରେ ଶାସକ ଦଳ ପରିଚାଳନା କରୁଥିଲା।

ତେବେ ମହୋତ୍ସବର ଶେଷ ହେବା ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହତାଦର କରି ଯେଉଁଭଳି ପଡ଼ିଆରେ ଫିଙ୍ଗିଦେଇଗଲେ ତାହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଗଭୀର ଦୁଃଖ ଦେଇଛି। ଯାହାକୁ ପ୍ରତିବାଦ କରି ଆଜି ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀଙ୍କ ନେତୃତ୍ଵରେ ବିଜେପି କର୍ମୀମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ସଭାରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଡାକ୍ତର ପ୍ରଦୀପ ନାୟକ,  ରଞ୍ଜିତା ସ୍ବାଇଁ, ପ୍ରଭାକର ସାମଲ, ବିକାଶ ପାଢ଼ୀ, ବର୍ହମପୁର ପଞ୍ଚାୟତ ସରପଞ୍ଚ ନରହରି ସାହୁ, ଗଦାଧର ଖାମୁରାଇ, ଦେବାଂଶୁ ରାଉତ, ଆଦିକନ୍ଦ ନାୟକ, ଶ୍ରୀହର୍ଷ ସ୍ବାଇଁ ପ୍ରମୁଖ ଯୋଗ ଦେବା ସହିତ ମହୋତ୍ସବର ଆୟୋଜକଙ୍କ ଏତାଦୃଶ କାର୍ଯ୍ୟକୁ ତୀବ୍ର ନିନ୍ଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe