ଅଚାନକ ଭାବେ ପଂଚାୟତ ନିର୍ବାଚନ ଓ ପୌରନିର୍ବାଚନ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ରାଜ୍ୟ ବିଜେପି ସଭାପତି 

ଅଚାନକ ଭାବେ ପଂଚାୟତ ନିର୍ବାଚନ ଓ ପୌରନିର୍ବାଚନ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ରାଜ୍ୟ ବିଜେପି ସଭାପତି 

ଜୟପୁର: ଅଚାନକ ଭାବେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଏବଂ ଏହାର ସମସ୍ତ ପ୍ରକ୍ରିୟା ନ ସରୁଣୁ ହିଁ ପୌରନିର୍ବାଚନ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ପୂର୍ବରୁ ଯେଭଳି ପଂଚାୟତରେ ନିର୍ବାଚନ ସରିବା ପରେ ସେଠାରେ ହିଁ ଭୋଟ ଗଣତି କରିବା ବଦଳରେ ନୂତନ ପଦ୍ଧତିରେ ବ୍ଲକ ସଦରମହକୁମାରେ ଭୋଟ ଗଣତି କରିବା ଫଳରେ ବିଜେପିର ୨ପ୍ରତିଶତ ମତଦାନ କମିଛି ବୋଲି କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ମହାନ୍ତି।

ଅଭିବକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଜୟପୁରରେ ଆଜି ମଧ୍ୟାହ୍ନ ୨ଟା ବେଳେ ପହଞ୍ଚି ଥିଲେ। ସ୍ଥାନୀୟ ହଟୋଲେ ହାଲୋ ଜୟପୁର ଠାରୁ ବାଇକ ରାଲି ଓପଥପ୍ରାନ୍ତ ପ୍ରଚାର କରିଥିଲେ ସଭାପତି। ତାଙ୍କ ସହ ଅଧ୍ୟକ୍ଷ ପ୍ରାର୍ଥୀ ପୁର୍ଣ୍ଣଚନ୍ଦ୍ର (ଲିଟି) ପଟ୍ଟନାୟକ, ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ,ଜିଲ୍ଲାସଭାପତି ସୁମନ୍ତ ପ୍ରଧାନ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସାବନ ମହାନ୍ତି, ଜିଲ୍ଲା ମିଡିଆ ସଂଯୋଜକ ସଂଜୟ ବେହେରା, ନିର୍ବାଚନ ସଂଯୋଜକ ରାଧେଶ୍ୟାମ ପରିଢ଼ା ପ୍ରମୁଖ ଭାଗ ନେଇଥିଲେ।

publive-image

ପ୍ରଧାନମନ୍ତ୍ରୀ ସହରାଞ୍ଚ ଳର ବସ୍ତି ଠାରୁ ଆରମ୍ଭ କରି ସହରବାସୀଙ୍କ ପାଇଁ ପିଇବାକୁ ପାନୀୟ ଜଳ ଠାରୁ ଆରମ୍ଭ କରି ପକ୍କାଘର, ସ୍ବାସ୍ଥ୍ୟ ସେବା, ଶିକ୍ଷା, ରାସ୍ତା, ଘାଟ, ନାଳନର୍ଦ୍ଦମା ଆଦି କରିବା ସହ ସହର ଗୁଡ଼ିକୁ ସ୍ମାର୍ଟ ସହର କରିବା ଲକ୍ଷ୍ୟ ରଖିଛନ୍ତି। ବିଭିନ୍ନ ଯୋଜନା ଏବଂ ଅର୍ଥ କମିସନ ମାଧ୍ୟମରେ ଏକ ରୋଡ ମ୍ୟାପ କରି ଜନହୀତକାରୀ ଯୋଜନା ସବୁ କରି ସହଯୋଗ ଜାରୀ ରଖିଛନ୍ତି।

ତେବେ ରାଜ୍ୟ ସରକାର ଏସବୁକୁ କାର୍ଯ୍ୟକାରୀ କରିଲେ ପ୍ରଧାନମନ୍ତ୍ରୀ କୁଆଡେ ନାଁ ନେଇଯିବେ ଏହି ଚିନ୍ତା କରି ଏହାକୁ ବାଟବଣା କରୁଛନ୍ତି। ଏସବୁ ଯୋଜନାକୁ କାର୍ଯ୍ୟକାରୀ କରିଲେ ତୃଣମୂଳସ୍ତରରେ ରହିଥିବା ଲୋକେ ବହୁ ଉପକୃତ ହୋଇ ପାରନ୍ତେ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି। ଜାଗା ମିଶନରେ କେନ୍ଦ୍ର ସରକାର ଡ୍ରୋନ ସର୍ଭେ କରାଇବା ପରେ ବି ଆଜି ବି ବହୁ ବସ୍ତି ବାସିନ୍ଦାଙ୍କ ରହିବା ପାଇଁ ଭୁମି ପଟ୍ଟା କିମ୍ବା ପକ୍କା ଘର ଯୋଗାଇ ଦିଆଯାଇନି। ପୂର୍ବରୁ ବୁଥ ଗୁଡ଼ିକରେ ଭୋଟଗଣତି ହେଉଥିଲା ତୁରନ୍ତ ଏଜେଣ୍ଟ ଜାଣିପାରୁଥିଲେ। ଏବେ ବିଜେଡିକୁ ସୁହାଇବା ଭଳି ଗୋଟିଏ ସ୍ଥାନରେ କରି ଲୁହା ତାର ଜାଳି ମଧ୍ୟରେ ବହୁ କାରସାଦି କରି ବିଜେଡି ସବୁଠି ନିଜ ପ୍ରାର୍ଥୀଙ୍କୁ ଜିତାଇଛି। ଯେଭଳି ଡଙ୍ଗରେ ରାଜ୍ୟ ସରକାର ଅଚାନକ ଭାବେ ପଂଚାୟତ ନିର୍ବାଚନ ଏବଂ ୪ବର୍ଷ ପରେ ଅଚାନକ ଭାବେ ପୌରନିର୍ବାଚନ କରୁଛନ୍ତି ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନାହିଁ ବୋଲି କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ମହାନ୍ତି। ହୋଟେଲ ହାଲୋ ଜୟପୁରରୁ ଗ୍ଲୋକାଲ୍ ହସ୍ପିଟାଲ ଛକ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ପ୍ରାର୍ଥୀ ଲିଟି ପଟ୍ଟନାୟକ ଓ ବିଭିନ୍ନ ୱାର୍ଡର କାଉନସିଲର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe