ବିଜେପି ଖାତାରେ ଅଧିକ ପୋଷ୍ଟାଲ ଭୋଟ୍‌

Advertisment

ଲୋକସଭାରେ ସମ୍ବିତଙ୍କୁ ୨୧୦୩, ପିନାକୀଙ୍କୁ ୫୩୯, ବିଧାନସଭାରେ ବିଜେପିକୁ ୧୨୯୯, ବିଜେଡି ୮୦୮

ଲୋକସଭାରେ ସମ୍ବିତଙ୍କୁ ୨୧୦୩, ପିନାକୀଙ୍କୁ ୫୩୯, ବିଧାନସଭାରେ ବିଜେପିକୁ ୧୨୯୯, ବିଜେଡି ୮୦୮

ବିଜେପି ଖାତାରେ ଅଧିକ ପୋଷ୍ଟାଲ ଭୋଟ୍‌

BBC

ପୁରୀ : ଚଳିତ ନିର୍ବାଚନରେ କିଏ କେଉଁଠୁ କେତେ ଭୋଟ୍‌ ପାଇଛି, କେତେ ହରାଇଛି ତାକୁ ନେଇ ଚାଲିଛି କସରତ। ନିର୍ବାଚନ କାମରେ ବ୍ୟସ୍ତ ରହି ମତଦାନରେ ଭାଗ ନେଇ ପାରିନଥିବା ତଥା ଘରଠୁ ଦୂରରେ ଥିବା ସରକାରୀ କର୍ମଚ‌ାରୀମାନେ ପୋଷ୍ଟାଲ (ଡାକ) ମାଧ୍ୟମରେ ହିଁ ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଥାନ୍ତି। ତେବେ ପୁରୀ ଜିଲ୍ଲାରେ ଏଥର ବିଜେପିକୁ ସର୍ବାଧିକ ପୋଷ୍ଟାଲ୍‌ ଭୋଟ୍‌ ମିଳିଛି। ତା’ ପଛକୁ ରହିଛି ବିଜେଡି ଓ କଂଗ୍ରେସ।

ପୁରୀ ଲୋକସଭା କ୍ଷେତ୍ରରେ ମୋଟ ୨୮୧୦ ପୋ‌ଷ୍ଟାଲ୍‌ ଭୋଟ୍‌ ଆସିଥିଲା। ସେଥିରୁ ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ସର୍ବାଧିକ ୨୧୦୩ ଭୋଟ୍‌ ପାଇଥିବା ବେଳେ ବିଜେଡିର ବିଜୟୀ ପ୍ରାର୍ଥୀ ପିନାକୀ ମିଶ୍ର ୫୩୯ ଏବଂ କଂଗ୍ରେସର ସତ୍ୟପ୍ରକାଶ ନାୟକଙ୍କୁ ମିଳିଛି ମାତ୍ର ୧୩୫ ଭୋଟ୍‌। ସେହିଭଳି ପୁରୀ ଜିଲ୍ଲାର ୬ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ବିଜେପିକୁ ସର୍ବାଧିକ ପୋଷ୍ଟାଲ୍‌ ଭୋଟ୍‌ ମିଳିଛି। ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୨୯୮ ପୋଷ୍ଟାଲ ଭୋଟ୍‌ ପଡ଼ିଥିଲା। ସେଥିରୁ ବିଜେପି ଖାତାକୁ ସର୍ବାଧିକ ୧୨୯୯ ଭୋଟ୍‌ ଯାଇଥିବ‌ା ବେଳେ ବିଜେଡିକୁ ୮୦୮ ଓ କଂଗ୍ରେସକୁ ୧୬୧ ଭୋଟ୍‌ ଯାଇଛି।

ବ୍ରହ୍ମଗିରି ବିଧାନସଭା ଆସନରେ ସମୁଦାୟ ୭୧୦ ପୋଷ୍ଟାଲ ଭୋଟ୍‌ ମଧ୍ୟରୁ ବିଜେଡି ପ୍ରାର୍ଥୀଙ୍କୁ ୨୪୯ ଭୋଟ୍‌ ମିଳିଛି। ଏଠାରେ ବିଜେପି ପ୍ରାର୍ଥୀ ପାଇଛନ୍ତି ସର୍ବାଧିକ ୪୪୦ ଭୋଟ୍‌। କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୧୩ ଖଣ୍ଡ ଭୋଟ୍‌। ସେହିଭଳି ପୁରୀ ବିଧାନସଭା କ୍ଷେତ୍ରରେ ମୋଟ୍‌ ୪୪୫ ଭୋଟ୍‌ରୁ ବିଜେପିକୁ ୨୬୯, ବିଜେଡିକୁ ୧୬୩ ଓ କଂଗ୍ରେସକୁ ୫ ଖଣ୍ଡ ଭୋଟ୍‌ ମିଳିଛି। ପିପିଲିରେ ୨୬୧ ଭୋଟ୍‌ରୁ ବିଜେପି ୧୫୨ ଭୋଟ୍‌ ପାଇଥିବା ବେଳେ ବିଜେଡିକୁ ୮୪ ଓ କଂଗ୍ରେସକୁ ୨୧ ଖଣ୍ଡ ଭୋଟ୍‌ ମିଳିଛି। ସତ୍ୟବାଦୀରେ ବ‌ିଜେପି ୧୮୪, ବିଜେଡି ୭୨ ଓ କଂଗ୍ରେସ ୩୨ ଖଣ୍ଡ ଭୋଟ ପାଇଥିବା ବେଳେ ନିମାପଡାରେ ବିଜେପି ୧୫୧, ବିଜେଡି ୧୦୬ ଓ କଂଗ୍ରେସକୁ ୪୦ ଖଣ୍ଡ ଭୋଟ୍‌ ମିଳିଛି। କେବଳ କାକଟପୁର ନିର୍ବାଚନମଣ୍ଡଳୀରେ ବିଜେଡିକୁ ଅଧିକ ପୋଷ୍ଟାଲ ଭୋଟ୍‌ ମିଳିଛି। ଏଠାରେ ୨୯୧ ଭୋଟ୍‌ ମଧ୍ୟରୁ ବିଜେଡି ୧୩୪, ବିଜେପି ୧୦୩ ଓ କଂଗ୍ରେସ ୫୦ ଖଣ୍ଡ ଭୋଟ ପାଇଛି। ପୋଷ୍ଟାଲ ଭୋଟ୍‌କୁ ପରଖିଲେ ସରକାରୀ କର୍ମଚାରୀମାନେ ବିଜେପିକୁ ଅଧିକ ଭରସା କରିଥିବା ଏହି ପରିସଂଖ୍ୟାନରୁ ସ୍ପଷ୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe