ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ହଟାଇବାକୁ ଦାବି କଲା ବିଜେପି

Advertisment

ଏଭଳି ଦାବି ବିଜେପିର ପୁରୁଣା ଅଭ୍ୟାସ: ବିଜେଡି

ଏଭଳି ଦାବି ବିଜେପିର ପୁରୁଣା ଅଭ୍ୟାସ: ବିଜେଡି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ହଟାଇବାକୁ ଦାବି କଲା ବିଜେପି

sambadenglish.com

ଭୁବନେଶ୍ବର : ଆଇଏଏସ୍‌ ଅଫିସର୍‌ ସୁଶୀଲ କୁମାର ଲୋହାନୀ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ। ଏହା ସହ ସେ ବର୍ତ୍ତମାନ ରାଜ୍ୟ ଅବକାରୀ ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଉଛନ୍ତି। ଏହି ସ୍ଥିତିରେ ସେ କିପରି ନିରପେକ୍ଷ ନିର୍ବାଚନ କରାଇପାରିବେ ବୋଲି ବିଜେପି ପ୍ରଶ୍ନ କରିଛି। ପିପିଲି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଶ୍ରୀ ଲୋହାନୀଙ୍କୁ ତୁରନ୍ତ ରାଜ୍ୟ ମୁଖ ନିର୍ବାଚନ ଅଧିକାରୀ ପଦରୁ ହଟାଇବା ପାଇଁ ଦଳ ଦାବି କରିଛି। ଏଥିପାଇଁ ଜାତୀୟ ନିର୍ବାଚନ ଆୟୋଗଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ ସରକାରଙ୍କ ଠାରୁ ସ୍ୱତନ୍ତ୍ର ହେବା ଦରକାର। ଲୋହାନୀ ଯେହେତୁ ରାଜ୍ୟର ଅବକାରୀ ସଚିବ ଅଛନ୍ତି, ତେଣୁ ଏଥିରେ ସ୍ପଷ୍ଟ ଭାବେ ‘କନଫ୍ଲିକ୍ଟ ଅଫ୍‌ ଇଣ୍ଟ୍ରେଷ୍ଟ’ ଜଣାପଡ଼ୁଛି। ବର୍ତମାନ ରାଜ୍ୟ ସରକାର ରାଜ୍ୟରେ ମଦ ଦୋକାନଗୁଡ଼ିକୁ ନିଲାମ ବଦଳରେ ଲଟେରି ମାଧ୍ୟମରେ ବିତରଣ କରାଯିବା ପାଇଁ ନିଷ୍ପତ୍ତି ‌ନେଇଛନ୍ତି। ଏହା ପଛରେ ଅବକାରୀ ସଚିବ ଲୋହାନୀଙ୍କ ମୁଖ୍ୟ ଭୂମିକା ରହିଛି। ଆଗାମୀ ପିପିଲି ଉପନିର୍ବାଚନରେ ସେ ଶାସକ ବିଜେଡି ପାଇଁ କାର୍ଯ୍ୟ କରିବେ। ଏଥିରେ କୌଣସି ସନ୍ଦେହ ନାହିଁ। ଲୋହୋନୀ ଅବକାରୀ ସଚିବ ଭାବେ ପିପିଲି ଉପନିର୍ବାଚନରେ ମଦର ବନ୍ୟା କରାଇବେ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ଫ୍ଲାଇଙ୍ଗ୍ ସ୍କାଡ୍ ଓ ପୁଲିସ ପ୍ରଶାସନକୁ ଶାସକ ଦଳ ସପକ୍ଷରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ତାଙ୍କୁ ହଟାଇ ଜଣେ ନିରପେକ୍ଷ ଅଧିକାରୀଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ଦେବାକୁ ଦଳ ଦାବି କରିଛି। ସ୍ମାରକପତ୍ର ପ୍ରଦାନ କରିଥିବା ପ୍ରତିନିଧି ଦଳରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ଆଇନ ସଂଯୋଜକ ଜୟନ୍ତ ଜେନା ସାମିଲ ହୋଇଥିଲେ।

ଏଭଳି ଦାବି ବିଜେପିର ପୁରୁଣା ଅଭ୍ୟାସ: ବିଜେଡି
ଭୁବନେଶ୍ବର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ବଦଳାଇବା ପାଇଁ ଦାବି କରିବା ବିଜେପିର ଅଭ୍ୟାସରେ ପଡିଗଲାଣି। ନିର୍ବାଚନ ହାରିବା ପରେ ୨୦୦୯ ଠାରୁ ବିଜେପି ନିୟମିତ ଭାବେ ଏଭଳି ଅଭିଯୋଗ କରିଆସୁଥିବା କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ। ସୁଶ୍ରୀ ସାହୁ କହିଛନ୍ତି ଯେ ରାଜ୍ୟ ବିଜେପିକୁ ଏବେ ଠାରୁ ପିପିଲିରେ ହାରିବାର ଭୟ ଗୋଡାଇଲାଣି। ଏହାର ପ୍ରତିଫଳନ ସ୍ୱରୂପ ସେମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବଦଳାଇବା ଦାବି ଉଠାଇଛନ୍ତି। ସେହିଭଳି ପିପିଲିରୁ ଲଢ଼ିବା ପାଇଁ ଆଶାୟୀ ଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏଥିରୁ ବଞ୍ଚିତ ହେବାପରେ ଏବେ ହତାଶ ହୋଇ ଏଭଳି ଭିତ୍ତିହୀନ ଅଭିଯୋଗମାନ ଆଣୁଛନ୍ତି। ରାଜ୍ୟ ବିଜେପିର ଏଭଳି ଆଚରଣ ଲାଗି ଓଡିଶାବାସୀ ଏହି ଦଳକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିବାରେ ଲାଗିଛନ୍ତି। ପିପିଲିରେ ମଧ୍ୟ ଏହାର ପୁନରାବୃତ୍ତି ହେବ। ତେଣୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭଳି ମର୍ଯ୍ୟାଦାଜନକ ପଦବିକୁ ନେଇ ବିଜେପି ରାଜନୀତି କରିବା ଉଚିତ୍‍ ନୁହେଁ ବୋଲି ବିଜେଡି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe