ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପି ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପି ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଜୟପୁର : ରାଜ୍ୟରେ ବିଦ୍ୟୁତ ଦର ୟୁନିଟ୍ ପିଛା ୩୦ପଇସା ବୃଦ୍ଧି ପ୍ରସଙ୍ଗକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦର ବୃଦ୍ଧି ନିଷ୍ପତିକୁ ବିରୋଧ କରି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ମାନେ ଜୟପୁର ସ୍ଥିତ ଟାଟା ପାୱାର ଦକ୍ଷିଣାଞ୍ଚଳ ବିଦ୍ୟୁତ୍ ବିତରକ କମ୍ପାନୀର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉକ୍ତ ପ୍ରସ୍ତାବକୁ ପ୍ରତ୍ୟାହାର କରିବାପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଟାଟା ପାୱାର ବିଜୁଳି ବିତରକ କମ୍ପାନୀ ଓ ଓଡ଼ିଶା ସରକାରଙ୍କ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ତୁରନ୍ତ ପ୍ରସ୍ତାବିତ ଦରବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

publive-image

ଟାଟା ପାୱାର ଦକ୍ଷିଣାଞ୍ଚଳ ବିଦ୍ୟୁତ୍ ବିତରକ କମ୍ପାନୀର ଅଧିକ୍ଷଣ ଯନ୍ତ୍ରୀ ମନ୍ମଥ ମିଶ୍ର ଏହି ଦାବିପତ୍ର ଗ୍ରହଣ କରିଥିଲେ। ଏଥିରେ ଭାରତୀୟ ଜନତା ପାର୍ଟିର ଅମରଲାଲ ଆହୁଜା, ମୀନକେତନ ପରିଛା,ଲଳିତ ଅଗ୍ରୱାଲ,ସୁଧାଂଶୁ ଜେନା,ଗୈାର ଦାସ,ରମେଶ ବିଷୋୟୀ,ଲକ୍ଷ୍ମୀ ନାରାୟଣ ପାଢୀ,ପି ନବୀନ,ଶ୍ୟାମ ବେହେରା,କନ୍ଦର୍ପ ପାଣିଗ୍ରାହୀ ଏବଂ ଦେବେନ୍ଦ୍ର ବାହିନୀପତି ପ୍ରମୁଖ କାର୍ଯ୍ୟକର୍ତା ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe