ବିଜେପି ଧାର ଉଧାର କରି ପ୍ରାର୍ଥୀ ଦେଇଛି: ନୂଆପଡ଼ା ନେଇ ପ୍ରମିଳା ମଲ୍ଲିକଙ୍କ କଟାକ୍ଷ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆପଡା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ। କିଛି ପାୱାର ସୋ’ କାମ ଦେବନି। ସାଧାରଣ ଲୋକଙ୍କ ସାମିଲ କରି ନାମ ନେବାକୁ ଚେଷ୍ଟା। ଆମର କୌଣସି ନେତା ଅସନ୍ତୁଷ୍ଟ ନାହାନ୍ତି....

BJP has fielded candidates with sharp edges: Pramila Malik's criticism of Nuapada

BJP has fielded candidates with sharp edges: Pramila Malik's criticism of Nuapada

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆପଡା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ। କିଛି ପାୱାର ସୋ’ କାମ ଦେବନି। ସାଧାରଣ ଲୋକଙ୍କ ସାମିଲ କରି ନାମ ନେବାକୁ ଚେଷ୍ଟା। ଆମର କୌଣସି ନେତା ଅସନ୍ତୁଷ୍ଟ ନାହାନ୍ତି। ଯେଉଁମାନେ ସେଠି ଦାୟିତ୍ୱରେ ଥିଲେ ସେମାନେ କେହି ଯାଇ ନାହାନ୍ତି। ସାଧାରଣ ଭୋଟରଙ୍କୁ ନେଇ ମିଶ୍ରଣ ପର୍ବ କରୁଛନ୍ତି।

ଜିଲ୍ଲା ବାହାରର ଅନେକ ନେତା ବିଧାୟକ ମନ୍ତ୍ରୀ ହୋଇଛନ୍ତି। ସେଥିରେ କିଛି ଅସୁବିଧା ନାହିଁ। କୌଣସି ଦଳ ମହିଳାଙ୍କୁ ସମ୍ମାନ ଦେଉନି ଆଗକୁ ଛାଡ଼ୁନି। ନବୀନ ବାବୁ ମହିଳାଙ୍କ ପାଇଁ ଅନେକ କିଛି କରିଛନ୍ତି ସେହି ଆଧାରରେ ମହିଳାଙ୍କୁ ଟିକେଟ ଦିଆଯାଇଛି। ସେ ଓଡ଼ିଶାର ନେତ୍ରୀ। ବିଜେଡି ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି।

ଏହା ସହ ଶ୍ରମୟୀଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଆମ ପ୍ରାର୍ଥୀ ଦୁର୍ବଳ ନୁହେଁ। ସେ କିଏ ଆମ ପ୍ରାର୍ଥୀଙ୍କୁ ଦୁର୍ବଳ କହିବାକୁ ବୋଲି  ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ନୂଆପଡା ପାଇଁ ବିଜେଡି ଜଣେ ମହିଳାଙ୍କୁ ପ୍ରାଥୀ କରିଛି। ମା ଭଉଣୀ ମାନେ ବିଜୁ ଜନତା ଦଳ ସହିତ ଅଛନ୍ତି। ଶଙ୍ଖ ଚି଼ହ୍ନ, ନବୀନ ପଟ୍ଟନାୟକଙ୍କ ଦଳ ନିଶ୍ଚିତ ଜିତିକି ଆସିବ।

ରାଜେନ୍ଦ୍ର ଢୋଲକିଆ ଆମ ଦଳରେ ଥିଲେ, ତାଙ୍କ ପୁଅ କିଏ, ସେ ପାଳିତ ପୁଅ। ସେ ମିଶିଗଲେ କଣ ହେଲା, ସେ ଆମ ଦଳର ମେମ୍ବର କେବେ ହେଇଥିଲେ ନା ଆମ ଦଳରେ ଥିଲେ। କିଏ କୁଆଡ଼େ ଯିବ, ପ୍ରାର୍ଥୀ ହେବ ସେଥିରେ ଆମ କିଛି ଯାଏ ଆସେନାହିଁ। ବିଜେଡି ନିଜ ଦଳରୁ ପ୍ରାର୍ଥୀ କଲା। ତାଙ୍କ ଦଳ ତିନି ଚାରି ଭାଗ ହେଲାଣି। ବିଜେପି ଧାର ଉଧାର କରି ଚଳେଇ ଦେଉଛି। 

ନୂଆପଡା ମୁଖ୍ୟମନ୍ତ୍ରୀ ଯେତେ ଗସ୍ତ କଲେ କଣ ହେବ। ତାଙ୍କ ନେତା ମନ୍ତ୍ରୀ ମାନୁନାହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ, ଲୋକ କ’ଣ ମାନିବେ। ବିଜେଡି ମହିଳାଙ୍କୁ ସମ୍ମାନ ଦିଏ, ମହିଳାଙ୍କୁ ପ୍ରାର୍ଥୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe