କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ଘଟଣାର ଜବାବ ରଖିଲା ବିଜେପି: ପିସିକୁ ବିରୋଧ କରିବାରୁ ସାଂସଦଙ୍କୁ ଟାର୍ଗେଟ୍‌

Advertisment
ମୟୂରଭଞ୍ଜ ଲୋକସଭା ଆସନ: ବିଜେପିରୁ ଏଥର କିଏ ବିଶ୍ବେଶ୍ବର ନା ନୂଆମୁହଁ?

NDTV.com

ବାରିପଦା : ଗତ ୨୧ ତାରିଖରେ କେନ୍ଦ୍ରମନ୍ତ୍ରୀ ବି‌ଶ୍ବେଶ୍ୱର ଟୁଡ଼ୁ ନିଜ କାର୍ଯ୍ୟାଳୟକୁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ୨ ଅଧିକାରୀଙ୍କୁ ସମୀକ୍ଷା ପାଇଁ ଡାକି ମାଡ଼ ମାରିବା ଘଟଣାକୁ ନେଇ ଗୁରୁବାର ଦିନ ବିଜେପି ମୁହଁ ଖୋଲିଛି। ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ କହିଛନ୍ତି, କେନ୍ଦ୍ର ମନ୍ତ୍ରୀଙ୍କ ନାମରେ ମିଥ୍ୟା ଅଭିଯୋଗ ହୋଇଛି। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ଶାସକ ବିଜେଡି ଏହାକୁ ପ୍ରସଙ୍ଗ କରି ଅଯଥା ରାଜନୀତି କରୁଛି। ସରକାରୀ ଅଧିକାରୀଙ୍କୁ ପିସି ନଦେଲେ ଜିଲ୍ଲାରେ କିଛି କାମ ହେଉନି। ସାଂସଦ ଏହାର ବିରୋଧ କରିବାରୁ ଜିଲ୍ଲା ପ୍ରଶାସନ ତାଙ୍କୁ ଟାର୍ଗେଟ୍‌ କରୁଛି। ଓମ୍ବାଡସି ଯୋଜନାରେ କୋଟିକୋଟି ଟଙ୍କାର କାମ କିପରି ବିନା ଟେଣ୍ଡରରେ ଚାଲିଛି, ସେ ବାବଦରେ ଜିଲ୍ଲାପାଳ କଣ ଜାଣିନାହାନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟ ପକ୍ଷରେ ଏହାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି। ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବ‌ାବଧାନରେ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe