ଆସନ୍ତାକାଲି ବିଜେପିର ଏହି ହେଭିେଓ୍ଵଟ୍‌ ନେତାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍

Advertisment
ଆସନ୍ତାକାଲି ବିଜେପିର ଏହି ହେଭିେଓ୍ଵଟ୍‌ ନେତାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍

ଭୁବନେଶ୍ୱର: ଆସନ୍ତାକାଲି ବିଜେପିର କେତେକ ଲୋକପ୍ରିୟ ନେତାଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍‌। ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରାପଡ଼ା ଲୋକସଭାର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଏଥର ଅଭିନେତା ଅନୁଭବ ମହାନ୍ତିଙ୍କ ସହ ତାଙ୍କର ସିଧାସଳଖ ଟକ୍କର ହେଉଥିବା କୁହାଯାଉଛି। ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ ପୁଣିଥରେ ବାଲେଶ୍ୱର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ଭାଗ୍ୟ ପରୀକ୍ଷା ବି ଆସନ୍ତାକାଲି ହେବ।

publive-image photo-dna

ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଚାନ୍ଦବାଲିରୁ, ରଘୁ ମହାନ୍ତି ବସ୍ତାରୁ , ଡାକ୍ତର ଦାମୋଦର ରାଉତ ବାଲିକୁଦା-ଏରସମାରୁ ଏଥର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। ଏମାନଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ ଆସନ୍ତାକାଲି। ଠିକ୍‌ ସେହିପରି ବିଜେପିର ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା ନିମାପଡ଼ାରୁ, ବିଧାୟକ ପ୍ରକାଶ ବେହେରା ସାଲେପୁରରୁ ବିଜେପିର ବିଧାନସଭା ପ୍ରାର୍ଥୀ ଭାବେ ମଇଦାନରେ ଅଛନ୍ତି। ଏମାନଙ୍କର ଭାଗ୍ୟପରୀକ୍ଷା ବି ଆସନ୍ତାକାଲି ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe