ଓଡ଼ିଶାରେ ବିଜେପି ପ୍ରଭାରୀ, ସହ ପ୍ରଭାରୀ

ବିଜେପି ନେତାଙ୍କ ହତ୍ୟା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କଲେ, ଆଜି ମହାଙ୍ଗାରେ କରିବେ ସାମ୍ବାଦିକ ସମ୍ମିଳନୀ

ଓଡ଼ିଶାରେ ବିଜେପି ପ୍ରଭାରୀ, ସହ ପ୍ରଭାରୀ

ଭୁବନେଶ୍ବର : ବିଜେପି ରାଜ୍ୟ ପ୍ରଭାରୀ ଡି ପୁର‌େନ୍ଦଶ୍ବରୀ ଓ ସହପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂହ ତୋମାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଉଭୟ ଭିନ୍ନ ଭିନ୍ନ ସମୟରେ ବିମାନ ବନ୍ଦରରେ ପହଞ୍ଚିଲା ପରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାମାନେ ସ୍ବାଗତ କରିଥିଲେ। ଉଭୟ ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆସନ୍ତାକାଲି ମାହାଙ୍ଗା ଯାଇ ସେଠାରେ ହତ୍ୟାର ଶୀକାର ହୋଇଥିବା ବିଜେପି ନେତା କୁଳମଣି ବରାଳଙ୍କ ଗାଁରେ ସାମ୍ବାଦିକ ସମ୍ମିଳନୀ କରିବେ।

ଗଣମାଧ୍ୟମ ସାମ୍ନାରେ ପ୍ରଭାରୀ ଓ ସହପ୍ରଭାରୀ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଡି ପୁରନ୍ଦେଶ୍ବରୀ କହିଥିଲେ ଯେ ମାହାଙ୍ଗା ହତ୍ୟାକାଣ୍ଡ ଘଟଣା ହିଁ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଘଟଣାକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲାକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏଠି ସରକାର ଦୁର୍ନୀତିରେ ବୁଡ଼ି ରହଛନ୍ତି। ଶ୍ରୀ ତୋମାର କହିଲେ ଯେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ବିଜେପି ନେତାଙ୍କୁ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ବିରୋଧୀଙ୍କୁ ଭୟଭୀତ କରାଇବା ପାଇଁ ପଶ୍ଚିମବଙ୍ଗ ପରି ଓଡ଼ିଶାରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି । ଆମେ ହିଂସା ଏବଂ ହତ୍ୟାରେ ଭୟଭୀତ ହେବୁ ନାହିଁ। ଓଡ଼ିଶାରେ ତୃଣମୂଳ ସ୍ତରରେ ବିଜେପି ସଂଗଠନକୁ ସୁଦୃଢ଼ କରିବା କାର୍ଯ୍ୟରେ ଲାଗିଛି। ଆଗାମୀ ନିର୍ବାଚନରେ ୫୧ ପ୍ରତିଶତ ଭୋଟ ସହ ଆମେ ସରକାର ଗଠନ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe