ମୁହଁ ଖୋଲିଲେ ରୋଷେୟାଙ୍କ ପରିବାର: ରାଜନୀତି କରୁଛି ବିଜେପି

ବିଜେପିର ଆନ୍ଦୋଳନ ଚେତାବନୀ, ସିବିଆଇ ତଦନ୍ତ ଦାବି କଲା

ଟେଲିଭିଜନ ବିତର୍କ ବେଳେ ଭାବିଚିନ୍ତି କଥା କୁହ : ମୁଖପାତ୍ରମାନଙ୍କୁ ବିଜେପିର ନିର୍ଦ୍ଦେଶ

Image Courtesy of OPIndia

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟା ମାମଲା ଆଜି ନୂଆମୋଡ଼ ନେଇଛି। ମୃତ ଲଳିତଙ୍କ ବାପା ବେଲାର୍ସନ ସାହୁ ବିଜେପି ବିରୋଧରେ ଝାରସୁଗୁଡ଼ା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ସହ ତାଙ୍କ ପୁଅର ମୃତ୍ୟୁକୁ ନେଇ ଏହି ଦଳ ରାଜନୀତି କରୁଥିବା ଦର୍ଶାଇଛନ୍ତି। ଆହୁରି ମଧ୍ୟ ବିଜେପି ନେତା ଟଙ୍କଧର ତ୍ରିପାଠୀ, ତ୍ରିନାଥ ଗୁଆଲ, ଅଞ୍ଜଳି ବେହେରା ଏବଂ ଅନ୍ୟ ବିଜେପି ନେତାମାନେ ତାଙ୍କୁ ଗଭୀର ମାନସିକ ଚାପ ଦେଉଥିବା ଅଭିଯୋଗ ଆଣିଛନ୍ତି। ଏଭଳି ମାନସିକ ଚାପ ସମୟରେ ତାଙ୍କ ପରିବାରର ଅନ୍ୟ କେହି ସଦସ୍ୟ ଆତ୍ମହତ୍ୟା କଲେ ଏହି ନେତାମାନେ ଦାୟୀ ରହିବେ କି ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି।

ଆଜି ମୃତ ଲଳିତଙ୍କ ବାପା ବେଲାର୍ସନ ଅଭିଯୋଗ କରିଛନ୍ତି, ତାଙ୍କ ପୁଅ କୌଣସି କର୍ମସଂସ୍ଥାନ ପାଉନଥିଲା। ସୌଭାଗ୍ୟବଶତଃ ମନ୍ତ୍ରୀଙ୍କ ଘରେ ରୋଷେୟା ଭାବେ ନିଯୁକ୍ତି ପାଇଥିଲା। କିନ୍ତୁ ଅବାଟରେ ଯାଇ ମାନସିକ ଚାପରେ ରହୁଥିଲା। ଶେଷରେ ଆତ୍ମହତ୍ୟା କରିଦେଲା ବୋଲି ଏତଲାରେ ଲେଖାଯାଇଛି। ଏକ ଆତ୍ମହତ୍ୟାକୁ ବିଜେପି ନେତାମାନେ ବାରମ୍ବାର ଆତ୍ମହତ୍ୟା ନୁହେଁ ବୋଲି ପ୍ରଚାର କରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପୁଲିସ ପ୍ରଶାସନ ପକ୍ଷରୁ ଆଇନ୍‌ ଅନୁଯାୟୀ ସନ୍ତୋଷଜନକ ଶବ ବ୍ୟବଚ୍ଛେଦ କରାଯାଇଛି। ବଡ଼ପୁଅ ବିରଞ୍ଚି ସାହୁ ଝାରସୁଗୁଡ଼ା ଆସି ପୁଲିସ ଓ ଜିଲ୍ଲା ପ୍ରଶାସନ ନକଟରେ ଅନୁରୋଧ କରି ଶବ ଗ୍ରହଣ କରି ଗାଁକୁ ନେଇଥିଲା। ପରେ ସେଠାରେ ପୁଅର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ ବିଜେପିର ନେତା ଶ୍ରୀ ତ୍ରିପାଠୀ, ତ୍ରିନାଥ ଗୁଆଲ ଓ ନେତ୍ରୀ ଶ୍ରୀମତୀ ବେହେରା ଆମ ଅନୁରୋଧରେ ଜିଲ୍ଲା ପ୍ରଶାସନ କାହିଁକି ମୃତଦେହର ବ୍ୟବଚ୍ଛେଦ କରି ଶବ ହସ୍ତାନ୍ତର କଲା ଏ ନେଇ ପ୍ରଶ୍ନ କରୁଛନ୍ତି। ଆତ୍ମହତ୍ୟା ନୁହେଁ ବୋଲି ପ୍ରଚାର କରି ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ଏହାଦ୍ବାରା ଆମ ପରିବାରର ସମସ୍ତେ ମାନସିକ ଚାପର ଶିକାର ହେଉଛୁ ବୋଲି ସେ ଦର୍ଶାଇଛନ୍ତି। ଏହି ଅଭିଯୋଗକୁ ସୁଇସାଇଡାଲ୍‌ ନୋଟ୍‌ ଭା‌ବରେ ଗ୍ରହଣ କରି ଅଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି। ସେ ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ସହ ଥାନା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି।

ଅନ୍ୟପକ୍ଷରେ, ଲଳିତଙ୍କ ମୃତଦେହକୁ କାହିଁକି ରାତି ଅଧିଆ ବ୍ୟବଚ୍ଛେଦ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ବିଜେପି ପକ୍ଷରୁ ଏକ ଦାବିପତ୍ର ଝାରସୁଗୁଡ଼ା ଏସ୍‌ପିଙ୍କୁ ପ୍ରଦାନ ସହ ସିବିଆଇ ତଦନ୍ତ ଦାବି କରାଯାଇଛି। ଏହି ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ପୁଲିସ ଡିଜି, ବରଗଡ଼ ସାଂସଦ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଏହି ପ୍ରସଙ୍ଗରେ ଝାରସୁଗୁଡ଼ା ଅତିରିକ୍ତ ଏସ୍‌ପି କେଶବ ଚନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହଛନ୍ତି, ଖରାଦିନେ ଶବ ନଷ୍ଟ ହୋଇଯିବା ଆଶଙ୍କା ଥିବାରୁ ରାତାରାତି ଶବ ବ୍ୟବଚ୍ଛେଦ କରାଗଲା ବୋଲି କହିଛନ୍ତି। ପରିବାର ସଦସ୍ୟଙ୍କ ସମ୍ମତି ପରେ ରାତିରେ ବ୍ୟବଚ୍ଛେଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe