ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ଜୟନାରାୟଣ ମିଶ୍ର

Advertisment
ନବ ଦାସ ହତ୍ୟାକାଣ୍ଡ ନେଇ ଗୃହରେ ପୁଣି ଗର୍ଜିଲେ ବିରୋଧୀ ଦଳ ନେତା

indiatvnews.com

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଏଭଳି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଧାମନଗର ଆସନ ବିଜେପିର ଥିଲା। ଧାମନଗରରେ ୱାର୍ଡ ସ୍ତର ପର୍ଯ୍ୟନ୍ତ ଦଳର ସଙ୍ଗଠନ ଅଛି। ଆଉ ନୂଆ କିଛି କରିବାକୁ ପଡ଼ିବ ନାହିଁ। ଲଢେଇ ଜୋରଦାର ହେବ। ଏଠାରେ ବିଜେପିର ବିଜୟ ନିଶ୍ଚିତ। ସ୍ବର୍ଗତ ବିଷ୍ଣୁ ସେଠୀ ଓ ବିଜେପି ପ୍ରତି ଲୋକଙ୍କର ସ୍ନେହ ଶ୍ରଦ୍ଧା ଅଛି। ଆଗ୍ରେସିଭ ମୁଡରେ ଦଳ ଆଗକୁ ବଢ଼ିବ। ପୂଜା ପରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ପ୍ରଦେଶ ନିର୍ବାଚନ କମିଟି ଖୁବ ଶୀଘ୍ର ବୈଠକ କରି ପ୍ରାର୍ଥୀଙ୍କ ନାମ ପଠାଇବ। ସଂସଦୀୟ ବୋର୍ଡ ପ୍ରାର୍ଥୀ ଚୟନ କରିବ। ଦଳ ପାଖରେ ଅନେକ ଗୁଡ଼ିଏ ବିକଳ୍ପ ଅଛି। ତା ଭିତରୁ ଜଣଙ୍କୁ ପ୍ରାର୍ଥୀ କରାଯିବ।

ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ଆହୁରି କହିଛନ୍ତି, ସେମି ଫାଇନାଲ ବି ଆମେ ଖେଳିବୁ, ଫାଇନାଲ ବି ଆମେ ଖେଳିବୁ। ବିଜେଡି ଓ ବିଜେପିକୁ ଛାଡ଼ି ଦେଲେ ଅନ୍ୟ ଟିମ ହିଁ ନାହିଁ। ବିଜେପି ଫାଇନାଲ ମ୍ୟାଚ ଜିତିବାକୁ ଚାହୁଁଛି। ଫାଇନାଲ ପୂର୍ବରୁ ଦୁଇଟି ଉପନିର୍ବାଚନ ପ୍ରାକ୍ଟିସ ମ୍ୟାଚ ହେବ। ଏଗୁଡ଼ିକୁ ବି ଜିତିବାକୁ ପ୍ରୟାସ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe