ସମ୍ବଲପୁରରେ ଜେଲଭରୋ ଆନ୍ଦୋଳନ; ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି, ୨ ବିଧାୟକଙ୍କ ସମେତ ୩୦ ଗିରଫ

୧୦ ପ୍ଲାଟୁନ୍‌ ପୁଲିସ ମୁତୟନ

ସମ୍ବଲପୁରରେ ଜେଲଭରୋ ଆନ୍ଦୋଳନ; ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି, ୨ ବିଧାୟକଙ୍କ ସମେତ ୩୦ ଗିରଫ

ସମ୍ବଲପୁର: ରାଜ୍ୟର କୃଷକମାନଙ୍କର ନାର୍ଯଦାବି ଓ ରାଜ୍ୟ ସରକାରଙ୍କ କୃଷି ନୀତିକୁ ବିରୋଧ କରି ବୁଧବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖରେ ସ୍ଥାନୀୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜେଲ ଭରୋ ଆନ୍ଦୋଳନ ଅନୁଷ୍ଠିତ ହୋଇଛି। ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପସିବା ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ପୁଲିସ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ପ୍ରାୟ ୩୦ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି।

publive-image

ଆଇନଶୃଙ୍ଖଳା ସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି ଓ ୧୦ ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା। ଆନ୍ଦୋଳନରେ ପ୍ରାୟ ୩୫୦ ଜଣ ବିଜେପି କର୍ମୀ ସାମିଲ ହୋଇଥିଲେ। ମଣ୍ଡିରେ ଲକ୍ଷ ଲକ୍ଷ ବସ୍ତା ଧାନ ପଡ଼ି ରହିଥିବା ସମୟରେ ବାଧ୍ୟତାମୂଳକ କଟନୀ-ଛଟନୀକୁ ବିଜେପି ବିରୋଧ କରିଛି। ପ୍ରଶାସନ ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ନେଇ ବିଜେପି ଅଭିଯୋଗ କରିଛି। ଏହି ଘଟଣାକୁ କେନ୍ଦ୍ର କରି ଗତ ୧୮ ତାରିଖରେ ବିଜେପି ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରାଉ କରାଯାଇଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe