ଜଗନ୍ନାଥଙ୍କୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନଙ୍କର ପରାଜିତ ହୋଇସାରିଛି: ଭୃଗୁ ବକ୍ସିପାତ୍ର

Advertisment
ଜଗନ୍ନାଥଙ୍କୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନଙ୍କର ପରାଜିତ ହୋଇସାରିଛି: ଭୃଗୁ ବକ୍ସିପାତ୍ର

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ନେଇ ଭାରତୀୟ ଜନତା ପାର୍ଟି (ବିଜେପିର)ର ବରିଷ୍ଠ ନେତାମାନେ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହାର ଜବାବ ରଖିଛନ୍ତି ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର। ସେ କହିଛନ୍ତି ଯେ, ୫୦୦ ବର୍ଷ ଧରି କୌଣସି ଲୋକ ଯେଉଁ କାମକୁ ସାହାସ କରି କରିପାରି ନଥିଲେ ତାହା ବିଜେଡି ସରକାର କରିଛି। ହେଲେ ଏହି ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବାକୁ ଓଡିଶାର ବିଜେପି ନେତାମାନେ ଦିଲ୍ଲୀ ଯାଇ ଷଡ଼ଯନ୍ତ୍ର କରିଥିଲେ। ସବୁଠାରୁ ବଡ଼ କଥା ହେଲଶ ଚଳିତ  ବର୍ଷ ରଥଯାତ୍ରାରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯିବ। ଯାହା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରି ସାରିଛନ୍ତି। ଏହାସହ ଜଗନ୍ନାଥଙ୍କୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନଙ୍କର ପରାଜିତ ହୋଇସାରିଛି। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଓ ବିଜେପି ମେଣ୍ଟ ସରକାରରେ ବିଜେପି ନେତାମାନେ ମନ୍ତ୍ରୀ ଥିଲେ। ସେମାନେ ଦାବି କରି ରତ୍ନଭଣ୍ଡାର ଖୋଲାଇ ଦେଇ ନଥିଲେ।

ବିଜେଡି ନେତା ଶ୍ରୀ ବକ୍ସିପାତ୍ର କହିଛନ୍ତି, ରାଜ୍ୟରେ ପୁଣି ବିଜେଡି ବହୁମତ ପାଇ ସରକାର ଗଠନ କରିବ। ଏହାକୁ ବିଜେପି ନେତାମାନେ ସହଜରେ ଗ୍ରହଣ କରିପାରୁନଥିବାରୁ କେନ୍ଦ୍ରୀୟ ନେତାମାନେ ଓଡିଶା ଆସି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି। କେନ୍ଦ୍ର ବିଜେପି ନେତାମାନଙ୍କର ଓଡିଶା ବିଷୟରେ କୌଣସି ଜ୍ଞାନ ନାହିଁ। ତେଣୁ ଓଡ଼ିଶା ବିଜେପି ନେତା ଯାହା ଲେଖିକି ଦେଉଛନ୍ତି ତାହା ସେମାନେ ସଭାରେ କହୁଛନ୍ତି।

ସେହିଭଳି ବିଜେପିକୁ ଟାର୍ଗେଟ୍ କରି ଭୃଗୁ କହିଛନ୍ତି କି, ଓଡିଶା ବିକାଶରରେ ବିଜେପିର କୌଣସି ଅବଦାନ ନାହିଁ। ହେଲେ ରାଜ୍ୟ ସରକାରଙ୍କ ବିକାଶ କାମରେ ବିଜେପି ନେତାମାନେ ବାରମ୍ବାର ବାଧା ସୃଷ୍ଟି କରୁଛନ୍ତି। ନିଜେ ରାଜ୍ୟର ବିକାଶ ପାଇଁ କିଛି କରିବେ ନାହିଁ କି ଅନ୍ୟମାନଙ୍କୁ କରିବାର ସୁଯୋଗ ଦେବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe