ବନବିରା ଗୁଳିକାଣ୍ଡ ମାମଲା: ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

୫-ଟି କେମିତି ସିଏମ୍‌ଓ: ଜୟନାରାୟଣ

କଟକ: ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନ ପୂର୍ବରୁ  ବନାବିରା ଠାରେ ସଂଘଟିତ ଗୁଳିକାଣ୍ଡ ମାମଲାରେ ହାଇକୋର୍ଟ ବରିଷ୍‌ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଲେଖାଁଏ ୨ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ଶ୍ରୀ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଶ୍ରୀ ମିଶ୍ରଙ୍କୁ ପ୍ରଦାନ କରାଯାଇଥିବା ଜାମିନର ସର୍ତ୍ତ ଅନୁଯାୟୀ, ଶ୍ରୀ ମିଶ୍ର ନିମ୍ନ ଅଦାଲତର ବିନା ଅନୁମତିରେ ଦେଶ ବାହାରକୁ ବାହାରକୁ ଯାଇ ପାରିବେ ନାହିଁ ହାଇକୋର୍ଟ ସର୍ତ୍ତ ରଖିଥିବା ଶ୍ରୀ ମିଶ୍ରଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ଜାମିନ ନେଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ଉପରକୁ  ଗୁଳିମାଡ଼ ଏବଂ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ହତ୍ୟା ମାମଲାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର ଷଡଯନ୍ତ୍ର କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ  ଚଳିତ ବର୍ଷ  ମାର୍ଚ୍ଚ ୧୫ ତାରିଖରେ ପଦ୍ମପୁର ଥାନା ପୁଲିସ ଶ୍ରୀ ମିଶ୍ରଙ୍କୁ ତାଙ୍କ ସମ୍ବଲପୁର ସ୍ଥିତ ବାସଭବନରୁ ଗିରଫ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe