ଖୋର୍ଧାରେ ଉତ୍ତେଜନା, ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

Advertisment
ସାଙ୍ଗର ଜନ୍ମଦିନ ପାଳିବା ଅବସରରେ ବିଜେପି କର୍ପୋରେଟର କାର୍‌ ଉପରକୁ ଚଳାଇଲେ ଗୁଳି

chimpreports.com

ଭୁବନେଶ୍ୱର : ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋର ଧରିଥିବା ବେଳେ ଆଜି ରାତିରେ ଖୋର୍ଧାରେ ଜଣେ ବିଜେପି ନେତାଙ୍କୁ କେତେକ ଦୁର୍ବୃତ୍ତ ଗୁଳି ହତ୍ୟା କରିଛନ୍ତି। ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଖୋର୍ଧା ଟାଉନ୍‌ ଥାନା ଅଧୀନ ନବୀନାବାଗଠାରେ ରବିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ, ବିଜେପିର ୯ ନମ୍ବର ଜୋନ୍‌ ମଣ୍ଡଳ ସଭାପତି ମଙ୍ଗୁଳି ଜେନା। ଘର ଟାଙ୍ଗୀ ବ୍ଲକ ବଡ଼ପୋଖରିଆ ପଞ୍ଚାୟତ ଅଞ୍ଚଳରେ। ରାତି ପ୍ରାୟ ୧୨ଟା‌‌‌ରେ ମଙ୍ଗୁଳି କିଛି ଦଳୀୟ କର୍ମକର୍ତ୍ତାଙ୍କ ସହ ଖୋର୍ଧା ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟଙ୍କ ଘରେ ବସି ଆଲୋଚନା କରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ଉପରକୁ ୨ ରା‌ଉଣ୍ଡ ଗୁଳି ଚଳାଇ ଫେରାର୍‌ ହୋଇଯାଇଥିଲେ। ସେଠାରେ ଉପସ୍ଥିତ ଅନ୍ୟ କର୍ମକର୍ତ୍ତାମାନେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

publive-image

ଏହି ହତ୍ୟାକାଣ୍ଡ ପଛରେ କିଏ ଏବଂ କାରଣ କ’ଣ ତାହା ଜଣାପଡ଼ିନାହିଁ। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଖୋର୍ଧା ସହରକୁ ସିଲ୍ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଥିବା ଜଣାପଡ଼ିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ମଙ୍ଗୁଳି ଜେନାଙ୍କ ଡାହାଣ ହାତ କୁହାଯାଉଥିବା ଚିତ୍ରସେନ ଜେନାଙ୍କୁ ଅନୁରୂପ ଭାବେ ଦୁଇଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe