ରାଜା ଚକ୍ର ଓକିଲଙ୍କ ବୟାନ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେପି ନେତା: ତଦନ୍ତ ବାଟବଣା ପାଇଁ ପ୍ରୟାସ, ଇଓଡବ୍ଲ୍ୟୁ ସବୁ ତଥ୍ୟ ରଖିଛି

Advertisment

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତାରେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଗିରଫ ହେବା ପରେ ଇଓଡବ୍ଲ୍ୟୁର ତଦନ୍ତକୁ ବାଟବଣା କରିବା ପାଇଁ ରାଜା ଚକ୍ରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି। ଓକିଲଙ୍କ ଜରିଆରେ ଏଣୁ ତେଣୁ ମିଥ୍ୟା କାହାଣୀ କହି ସାଧାରଣ....

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତାରେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଗିରଫ ହେବା ପରେ ଇଓଡବ୍ଲ୍ୟୁର ତଦନ୍ତକୁ ବାଟବଣା କରିବା ପାଇଁ ରାଜା ଚକ୍ରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି। ଓକିଲଙ୍କ ଜରିଆରେ ଏଣୁ ତେଣୁ ମିଥ୍ୟା କାହାଣୀ କହି ସାଧାରଣ....

00

ବାଲେଶ୍ବର/କେନ୍ଦୁଝର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତାରେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଗିରଫ ହେବା ପରେ ଇଓଡବ୍ଲ୍ୟୁର ତଦନ୍ତକୁ ବାଟବଣା କରିବା ପାଇଁ ରାଜା ଚକ୍ରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି। ଓକିଲଙ୍କ ଜରିଆରେ ଏଣୁ ତେଣୁ ମିଥ୍ୟା କାହାଣୀ କହି ସାଧାରଣ ଲୋକଙ୍କୁ ଏବଂ ତଦନ୍ତକାରୀ ସଂସ୍ଥାକୁ ଭ୍ରମିତ କରାଯାଉଛି ବୋଲି ବିଜେପି ନେତା ଅଞ୍ଜନ କୁମାର ବେଜ୍‌ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। 

ଶ୍ରୀ ବେଜ୍ କହିଛନ୍ତି, ୨୦୧୭ରୁ ୨୦୨୦ ମସିହା ପର୍ଯ୍ୟନ୍ତ ସେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ସଂପାଦକ ଦାୟିତ୍ବ ତୁଲାଉଥିଲେ। ପରବର୍ତ୍ତୀ ସମୟରେ ଅନ୍ୟମାନେ ଦାୟିତ୍ବ ନେଲେ। ଯଦିଓ ଅନ୍ୟମାନଙ୍କ ହାତରେ ଦାୟିତ୍ବ ଥିଲା, ବାସ୍ତବ କ୍ଷମତା ଉପଭୋଗ କରୁଥିଲେ ବିଜେଡି ନେତା ରାଜା ଚକ୍ର। ଏ କଥା ଖୋଦ ତଦନ୍ତକାରୀ ସଂସ୍ଥା ଇଓଡବ୍ଲ୍ୟ ମଧ୍ୟ ଆଗରୁ ଗଣମାଧ୍ୟମକୁ ଜଣାଇଛି। ଖାଲି ସେତିକି ନୁହେଁ, ସେଠାରେ କିଭଳି ଓ କେମିତି ରିଜୋଲ୍ୟୁସନ୍‌ କରାଯାଏ, ତାହା ପ୍ରାୟ ସମସ୍ତେ ଜାଣିଛନ୍ତି। ମିଥ୍ୟା ଦସ୍ତଖତରେ ସମସ୍ତ ପ୍ରସ୍ତାବ ଗୃହୀତ ହୋଇଥାଏ। ଆକାଉଣ୍ଟରେ ତାଙ୍କୁ ଯେଉଁ ଟଙ୍କା ଦେଇଛନ୍ତି ବୋଲି ସେମାନେ ଦାବି କରୁଛନ୍ତି, ତାହା ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ।

ଏ ନେଇ ସେମାନେ ତାଙ୍କ ନାମରେ ତଥ୍ୟ ନ ଦେଖା‌ଇ ଲୋକଙ୍କୁ କେବଳ ଭୁଆଁ ବୁଲାଉଥିବା ଶ୍ରୀ ବେଜ୍‌ ଅଭିଯୋଗ କରିଛନ୍ତି। ଏ କ୍ଷେତ୍ରରେ ସେମାନେ ତାଙ୍କର ଓ ତାଙ୍କ ଦଳର ରାଜନୈତିକ ଛବିକୁ ଖରାପ କରିବାକୁ ହୀନ ଉଦ୍ୟମ କରୁଛନ୍ତି। ପୂର୍ବରୁ ସେ ସୌମ୍ୟ ଶଙ୍କର ଚକ୍ର ଓରଫ ରାଜାଙ୍କ ବିରୋଧରେ ଅପହରଣ ମାମଲା କରିଥିଲେ। ସେତେବେଳେ ବିଜେଡି ସରକାର ଥିଲା। କେନ୍ଦୁଝର ଟାଉନ ଥାନାରେ ଏ ନେଇ ୩୦୮/୨୦୨୪ରେ ମାମଲା ରୁଜୁ ହୋଇଥିଲା। ତତ୍କାଳୀନ ବିଜେଡି ସରକାରଙ୍କ ଛତ୍ରଛାୟାରେ ଥିବା ରାଜା ଚକ୍ରଙ୍କୁ ହାତ ମାରିବାକୁ ପୁଲିସ ସାହସ ଜୁଟାଇ ପାରିନଥିଲା। ଏହି ଅପହରଣ ମାମଲାର ରାଗ ଶୁଝାଇବାକୁ ରାଜା ଏଭଳି ପ୍ରୟାସ କରୁଥିବା ଶ୍ରୀ ବେଜ୍‌ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe