ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

ବ୍ରହ୍ମପୁରରେ ଗୁଳିମାଡ଼ର ଶିକାର ହୋଇଛନ୍ତି ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

gdaaddgcv

ବ୍ରହ୍ମପୁର: ବ୍ରହ୍ମପୁରରେ ଗୁଳିମାଡ଼ର ଶିକାର ହୋଇଛନ୍ତି ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗରଠାରେ ତାଙ୍କୁ ଗୁଳିମାଡ଼ ହୋଇଛି। ରାତି ପ୍ରାୟ ୧୦ଟା ବେଳେ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ପୀତବାସଙ୍କ ଛାତିରେ ବାଜିଥିଲା। ପୀତବାସ ବିଜେପିର ଜଣେ ସକ୍ରିୟ ସଦସ୍ୟ ଥିଲେ। ପୂର୍ବ ସରକାରର ବିଭିନ୍ନ ଦୁର୍ନୀତି ସଂପର୍କରେ ସେ ଖୁଲାସା କରୁଥିଲେ। ପୂର୍ବରୁ ସେ କଂଗ୍ରେସର ପ୍ରବକ୍ତା ଭାବେ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତେବେ କିଏ ଓ କାହିଁକି ତାଙ୍କୁ ଗୁଳି କରିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିନାହିଁ।

ଆଜି ଦିନତମାମ ପୀତବାସ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୂର୍ବ ଶତ୍ରୁତା ନା ରାଜନୈତିକ କାରଣରୁ ଏହି ଗୁଳିକାଣ୍ଡ ହୋଇଛି ତାହା ଜଣାପଡ଼ିନାହିଁ। ଖବର ପାଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାୟକ ଅନୀଲ କୁମାରଙ୍କ ସମେତ ବରିଷ୍ଠ ବିଜେପି ନେତାମା‌ନେ ମେଡିକାଲରେ ପହଞ୍ଚିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଆଜି ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ ଓ ବୈଦ୍ୟନାଥପୁର ଥାନାଧିକାରୀ ସୁଚିତ୍ରା ପରିଡ଼ା ଉଭୟ ଛୁଟିରେ ଅଛନ୍ତି। ସ୍ବର୍ଗତ ପଣ୍ଡା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe