ନୃସିଂହନାଥଙ୍କ ଶରଣରେ ବିଜେପି ନେତୃମଣ୍ଡଳୀ

Advertisment
ନୃସିଂହନାଥଙ୍କ ଶରଣରେ ବିଜେପି ନେତୃମଣ୍ଡଳୀ

ପାଇକମାଳ: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେପି ନେତୃମଣ୍ଡଳୀ ନୃସିଂହନାଥଙ୍କ ଶରଣାପନ୍ନ ହୋଇଛି। ରବିବାର ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପୂର୍ବତନ ବିଧାୟକ ପ୍ରସନ୍ନ ପାଢ଼ୀ, ଓବିସି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ମୁକ୍ତା ସାହୁ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, କୈଳାସ ଦିଶ୍ରୀ, ସୁଶାନ୍ତ ନାଗ, ସରୋଜ ସାମଲ, ରୋଶନ ପାଣିଗ୍ରାହୀ ପ୍ରମୁଖଙ୍କ ସହ ପୂର୍ବାହ୍ନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନୃସିଂହନାଥ ମନ୍ଦିରକୁ ଯାଇ ଭଗବାନ ମାର୍ଜାର କେଶରୀଙ୍କଠାରେ ପୂଜାର୍ଚନା ସହ ଦୀପ ଦାନ କରି ଶରଣାପନ୍ନ ହୋଇ ଆଶୀର୍ବାଦ ଭିକ୍ଷା କରିଥିଲେ। ସେଠାରୁ ଫେରି ପାଇକମାଳରେ ଦଳୀୟ କାର୍ଯ୍ୟାଳୟକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଉଦ୍‌ଘାଟନ କରିଥିଲେ।

ସନ୍ଧ୍ୟାରେ ବିଜେପି ପ୍ରାର୍ଥୀ ଶ୍ରୀ ପୁରୋହିତ ପାଇକମାଳ ଧର୍ମଶାଳାଠାରେ ସ୍ଥାନୀୟ ବଣିକ ସଂଘ ଓ ନାଗରିକ କମିଟି କର୍ମକର୍ତ୍ତାଙ୍କୁ ଭେଟିଥିଲେ। ଉପନିର୍ବାଚନରେ ତାଙ୍କୁ ଭୋଟ ଦେବା ପାଇଁ ସେ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe