ଅପରାଧୀ ଗିରଫ ନେଇ ବିଜେପି ନେତ୍ରୀ ଅବଗତ ନାହାନ୍ତି: ବିଜେଡି

Advertisment
ଜଗଦ୍ଦେବ ବିଜେଡିରେ ନାହାନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ବିଜେଡି

YouTube

ଭୁବନେଶ୍ବର : ବିଜେପିର ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ବୋଧହୁଏ ଜାଣିନାହାନ୍ତି ଯେ ମାହାଙ୍ଗା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତମାନଙ୍କୁ ଅପରାଧ ଘଟିବାର ୪୮ଘଣ୍ଟା ମଧ୍ୟରେ ଗିରଫ କରାଯାଇସାରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରହିଛି ଯିଏ କି ନିଜେ ଅସ୍ତ୍ର ଦ୍ୱାରା ଆଘାତ କରିଛି। ବିଜେପିର ଓଡିଶା ପ୍ରଭାରୀଙ୍କୁ ଏଭଳି ଜବାବ ଦେଇଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର।

ଗଣମାଧ୍ୟମକୁ ଡକ୍ଟର ପାତ୍ର କହିଛନ୍ତି ଯେ ବିଜେଡି ସରକାର ହିଂସାକାଣ୍ଡ କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରିବା ସହିତ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ। ଏହାକୁ ଓଡିଶାବାସୀ ପସନ୍ଦ କରିବା ସହିତ ପଞ୍ଚମଥର ପାଇଁ ବିଜେଡି ହାତରେ ରାଜ୍ୟ ଶାସନର ଡୋରି ଧରାଇଛନ୍ତି। ହେଲେ ବିଜେପିର ଓଡିଶା ପ୍ରଭାରୀ ଏ ସଂକ୍ରାନ୍ତରେ ଅବଗତ ନାହାନ୍ତି। ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହିତ ପୀଡିତ ପରିବାରକୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ ଏବଂ ବିଜେଡି ସରକାର ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe