ବିଜେପି ନେତା ଉତ୍କଳ କେଶରୀ ପରିଡ଼ା ବିଜେଡିରେ

ବିଜେପି ନେତା ଉତ୍କଳ କେଶରୀ ପରିଡ଼ା ବିଜେଡିରେ

photo by : Naveen Patnaik .com

ଭୁବନେଶ୍ବର : କେନ୍ଦ୍ରାପଡ଼ାର ବରିଷ୍ଠ ବିଜେପି ନେତା ଉତ୍କଳ କେଶରୀ ପରିଡ଼ା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ପରିଡ଼ାଙ୍କ ସମେତ ପାରାଦୀପର ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ଜେନା ବିଜେଡିରେ ସାମିଲ ହୋଇଛନ୍ତି। ସେମାନଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପସଭାପତି ଗୀତାଞ୍ଜଳି ସେଠୀ, କଂଗ୍ରେସର ପର୍ଯ୍ୟବେକ୍ଷକ ରଞ୍ଜନ କୁମାର ଦାସ, ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ସନ୍ତୋଷ କୁମାର ଦାସ, ଓଡ଼ିଶା ପ୍ରଦେଶ କଂଗ୍ରେସ କିଷାନ ସେଲ ସମ୍ପାଦକ ବିଶ୍ବନାଥ ପାଣି, ପାରାଦୀପର ଯୁବ କଂଗ୍ରେସ ସଭାପତି ସନ୍ତୋଷ କୁମାର ବିଶ୍ବାଳ ଓ ପାରାଦୀପର କାଉନସିଲର ମନୋଜ କୁମାର ବେହେରା ଦଳରେ ଯୋଗ ଦେଇଛନ୍ତି।

ଏହି ଅବସରରେ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରି କହିଛନ୍ତି କେନ୍ଦ୍ରାପଡ଼ା ଓ ପାରାଦୀପର ବିଜେପି ଓ କଂଗ୍ରେସ କର୍ମୀଙ୍କ ଦଳରେ ଯୋଗଦାନ ସେସବୁ ଅଞ୍ଚଳରେ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe