ବିଜେପି ନେତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ମାମଲା: ରିମାଣ୍ଡରେ ଆସିଲା ଚାଳକ, ପୁଲିସର ତନାଘନା

Advertisment

ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ ଅଞ୍ଚଳର ଦୁଇ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କୁ ହତ୍ୟା ମାମଲାର ୨ଦିନ ବିତିବା ପରେ ମଧ୍ୟ ରହସ୍ୟ ଉନ୍ମୋଚନ ‌ହୋଇପାରି ନାହିଁ।

ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ ଅଞ୍ଚଳର ଦୁଇ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କୁ ହତ୍ୟା ମାମଲାର ୨ଦିନ ବିତିବା ପରେ ମଧ୍ୟ ରହସ୍ୟ ଉନ୍ମୋଚନ ‌ହୋଇପାରି ନାହିଁ।

fshhfshf

ସମ୍ବଲପୁର/ଚିପିଲିମା: ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ ଅଞ୍ଚଳର ଦୁଇ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କୁ ହତ୍ୟା ମାମଲାର ୨ଦିନ ବିତିବା ପରେ ମଧ୍ୟ ରହସ୍ୟ ଉନ୍ମୋଚନ ‌ହୋଇପାରି ନାହିଁ। ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦)କୁ ଗତକାଲି କୋର୍ଟଚାଲାଣ କରାଯାଇ ୭ ଦିନ ପାଇଁ ରିମାଣ୍ଡ ଆବେଦନ କରାଯାଇଥିଲା। ହେଲେ, କୋର୍ଟ ୩ ଦିନ ରିମାଣ୍ଡରେ ନେବା ପାଇଁ ପୁଲିସକୁ ଅନୁମତି ଦେଇଛନ୍ତି। ଆଜି ସକାଳୁ ଅପରାହ୍‌ଣ ପର୍ଯ୍ୟନ୍ତ ଅଭିଯୁକ୍ତ ପ୍ରସନ୍ନ ଜେନାମଣିକୁ ଘନଘନ ଜେରା କରାଯାଇଥିଲେ ହେଁ ପୁଲିସ ତା’ଠାରୁ ସତ ଓଗାଳି ପାରିନାହିଁ। ପ୍ରସନ୍ନ ଆଜି ବାରମ୍ବାର ବୟାନ ବଦଳାଇଛି। 

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ଥାନା ବଦ୍ରିନାଳି ଗାଁର ପ୍ରସନ୍ନ ଜେନାମଣି ଅବିବାହିତ ଥିବା ବେଳେ ଘରେ କେବଳ ତା’ର ମା’ ଥିବା ଜଣାପଡ଼ିଛି। ଦୁଇ ତିନି ମାସ ବ୍ୟବଧାନରେ ସେ ଗାଁକୁ ଯାଇଥାଏ। ଗାଁକୁ ‌ଗଲେ ବି ତା’ ମା ସହିତ ଝଗଡ଼ା କରିଥାଏ ବୋଲି ପୁଲିସ ଜାଣିବାକୁ ପାଇଛି। ପ୍ରସନ୍ନ ମୋବାଇଲ‌ ଫୋନ୍ ବି ବ୍ୟବହାର କରୁନଥିବା ପୁଲିସ କହିଛି। ତେବେ, ପ୍ରସନ୍ନ ପାଖରୁ ପୁଲିସ ପଡ଼ୋଶୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ତା’ ମା ସହିତ କଥାବାର୍ତ୍ତା କରିଛି। 

ପ୍ରକାଶଥାଉ କି, ଗତ ୩ ତାରିଖ ବିଳମ୍ବିତ ରାତ୍ରିରେ ଦେବେନ୍ଦ୍ର ନାୟକ ଓ ମୁରଲୀଧରଙ୍କୁ ଗାଡ଼ି ଚଢ଼ାଇ ପ୍ରସନ୍ନ ହତ୍ୟା କରିଥିଲା। ଗାଡ଼ି ଚଢ଼ାଇ ମାରିବା କଥାକୁ ସେ ସ୍ବୀକାର କରୁଥିଲେ ହେଁ ଏହା ପଛର କାରଣ ସଂପର୍କରେ କିନ୍ତୁ ସ୍ପଷ୍ଟ କଥା କହୁନାହିଁ। କେ‌ତେବେଳେ ମାରିବା ପାଇଁ ଇଚ୍ଛା ହେଲା, ମାରିଦେଲି ବୋଲି କହୁଛି ତ ଆଉ କେତେବେଳେ ଅନ୍ୟ ଗୋଟିଏ ଗାଡ଼ି ସହିତ ତାର ଝଗଡ଼ା ହୋଇଥିଲା, ସେହି ଗାଡ଼ି ଭାବି ଏମାନଙ୍କ କାର୍‌କୁ ଧକ୍କା ଦେଇଥିବା କଥା କହୁଛି। ସମ୍ବଲପୁର ବିଧାୟକ ଜୟ‌ନାରାୟଣ ମିଶ୍ର ଗତକାଲି ‘ସୁପାରି ନେଇ ଅନ୍ୟ କାହାକୁ ମାରିବାର ଥିଲା। ଭୁଲ୍‌ବଶତଃ ବିଜେପି ନେତାଙ୍କୁ ମାରିଛି’ ବୋଲି ଗଣମାଧ୍ୟମକୁ ବୟାନ ଦେବା ପରେ ପୁଲିସ ସେଦିଗରେ ବି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe