ବଦାନ୍ୟତା: ନିଜ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ୯ ଲକ୍ଷ ଟଙ୍କା ଫେରାଇଦେଲେ ବିଜେପି ନେତା

Advertisment
ବଦାନ୍ୟତା: ନିଜ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ୯ ଲକ୍ଷ ଟଙ୍କା ଫେରାଇଦେଲେ ବିଜେପି ନେତା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ବିଜେପି ପୂର୍ବତନ ଜିଲ୍ଲା ସଭାପତି ତଥା ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନଙ୍କ ବଦାନ୍ୟତା । ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ପ୍ରାୟ ୯ ଲକ୍ଷ ଟଙ୍କା ବିନା କୌଣସି ସୂଚନାରେ ପୁଣି ଫେରାଇଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଜୈନଙ୍କ ଚନ୍ଦାହାଣ୍ଡିସ୍ଥିତ ବ୍ୟାଙ୍କ ଅଫ ବରୋଦା ଆକାଉଣ୍ଟକୁ ରାଜସ୍ଥାନର ଆଜମିରସ୍ଥିତ ନଗର ନିଗମ ପକ୍ଷରୁ ପ୍ରଥମେ ୪ ଲକ୍ଷ ୨୭ ହଜାର ୮୬୬ ଟଙ୍କା ଆସିଥିଲା। କିଛି ସମୟ ପରେ ପୁଣି ୪ ଲକ୍ଷ ୩୯ ହଜାର ୧୯୦ ଟଙ୍କା ଆସିଥିଲା। ଏପରି ମୋଟ ୮ ଲକ୍ଷ ୬୭ ହଜାର ଟଙ୍କା ତାଙ୍କ ଏକାଉଣ୍ଟକୁ ଆସିଥିଲା। ବରିଷ୍ଠ ନେତା ଶ୍ରୀ ଜୈନ ହଠାତ୍ ଏତେ ଟଙ୍କା ତାଙ୍କ ଏକାଉଣ୍ଟକୁ ଆସିଥିବା ଦେଖି ଅବାକ ହୋ‌ଇଯାଇଥିଲେ।

ତେ‌ବେ ଗତକାଲି ସଂଧ୍ୟା ହୋଇଯାଇଥିବାରୁ ଏହି ଟଙ୍କା ସଂକ୍ରାନ୍ତରେ ସନ୍ଧାନ କରିବା ପାଇଁ ବ୍ୟାଙ୍କକୁ ଯାଇପାରି ନ ଥିଲେ। ତେବେ ତାଙ୍କର ଏକ ପେଟ୍ରୋଲ ଟାଙ୍କି ଥିବାରୁ କମ୍ପାନିରୁ କୌଣସି ଅର୍ଥ ଆସିଥାଇପାରେ ବୋଲି ଅନୁମାନ କରି କମ୍ପାନି କତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ସେ କୌଣସି ଟଙ୍କା ପଠାଯାଇ ନ ଥିବା କହିଥିଲେ। ଆଜି ବ୍ୟାଙ୍କକୁ ଯାଇ ଏହି ଟଙ୍କା ସଂକ୍ରାନ୍ତରେ ଶାଖା ପ୍ରବନ୍ଧକଙ୍କ ସହ ସନ୍ଧାନ କରିବା ବେଳେ ସେହି ଟଙ୍କା ଆଜମିର ନଗରନିଗମର ବୋଲି ଜଣାପଡିଥିଲା। ଶାଖା ପରିଚାଳକ ଯେଉଁ ବ୍ୟାଙ୍କରୁ ଟଙ୍କା ଆସିଥିଲା ସେହି ବ୍ୟାଙ୍କ ସହ ଆଲୋଚନା କରିବା ପରେ ବିନା କୌଣସି ସୂଚନା କିମ୍ବା ଚିଠିରେ ଶ୍ରୀ ଜୈନ ଏହି ଟଙ୍କା ଫେରାଇଦେଇଥିଲେ। ଏ ଖବର ପ୍ରଘଟ ହେବା ପରେ ବିଭିନ୍ନ ମହଲରେ ଶ୍ରୀ ଜୈନ ଙ୍କୁ କୃତଜ୍ଞତାର ଶୁଅ ଛୁଟିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe