‘ବିଜେପି ନେତାଙ୍କ ଭୋଟ୍‌ କିଣା ମନ୍ତବ୍ୟ ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ’

Advertisment
‘ବିଜେପି ନେତାଙ୍କ ଭୋଟ୍‌ କିଣା ମନ୍ତବ୍ୟ ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ’

Odisha Bytes

ଭୁବନେଶ୍ବର : ୨୦୧୯ ନିର୍ବାଚନରେ ପଦ୍ମପୁରରେ ୧୦ହଜାର ଭୋଟ୍ କିଣାଯାଇଥିବା ନେଇ ବି‌େଜପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯାହା କହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ ବୋଲି ବିଜେଡି ନେତା ରାଜୁ ଘିବେଲା କହିଛନ୍ତି।

ସେ କହିଛନ୍ତି ଯେ ପଦ୍ମପୁରବାସୀ ବିକ୍ରି ହେବାର ଲୋକ ନୁହନ୍ତି। କାହାରି ପଇସାରେ ସେମାନେ ଭୋଟ୍‌ ଦିଅନ୍ତି ନାହିଁ। ଯଦି ତା‌ଙ୍କ ପାଖରେ ଏହାର କିଛି ପ୍ରମାଣ ଅଛି ତେବେ ଶ୍ରୀ ପୁରୋହିତ ପ୍ରଦାନ କରନ୍ତୁ। ଏଠି ସ୍ବାଭିମାନୀ ଲୋକ ରୁହନ୍ତି। ଘୋଡ଼ାସମ୍ବର ମାଝିର ଲୋକେ କେବେ ବିକ୍ରି ହେବାର ଲୋକ ନୁହନ୍ତି। ପ୍ରଦୀପ ପୁରୋହିତ ଯେଭଳି ବିବୃ୍ତି ଦେଉଛନ୍ତି ସେଥିରୁ ତାଙ୍କ ମୁଣ୍ଡ କାମ କରୁନଥିବା ଜଣାପଡ଼ୁଛି। ଶ୍ରୀ ପୁରୋହିତଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେପି ନୀତି ଆଦର୍ଶର ଦ୍ବାହି ଦେଉଥିବା ଏକ ଜାତୀୟ ଦଳ। ସେହି ଦଳର ପୂର୍ବତନ ବିଧାୟକ ଏଭଳି ମନ୍ତବ୍ୟ ଦେବା ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ। ତାଙ୍କ ବିବୃତିରୁ ଜଣାପଡ଼ୁଛି ଯେ, ତାଙ୍କୁ ହାରିବାର ଭୟ ଘାରିଛି। ଏହା ଏକ ପାଗଳର ପ୍ରଳାପ। ତେଣୁ ଏଭଳି ଅପମାନଜନକ ମନ୍ତବ୍ୟ ପାଇଁ ପଦ୍ମପୁରବାସୀ ତାଙ୍କୁ ଠିକଣା ଜବାବ୍ ଦେବେ ବୋଲି ଶ୍ରୀ ଘିବେଲା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe