ଭୁବନେଶ୍ୱର : ଗତ ଏପ୍ରିଲ ୧୪ ତାରିଖରୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଠାରେ ମୁଖ୍ୟମନ୍ତ୍ରୀଙ୍କ ଚପର ପାର୍କିଙ୍ଗ କରାଯାଇଛି । ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ହେବା ସତ୍ୱେ ଶାସକ ବିଜେଡିର ପ୍ରଚାର ପାଇଁ ଏହି ଚପର ଯାଇଛି। ଓଡିଶା ପୁଲିସ ଅଫିସରମାନେ ଏହି ଚପରକୁ ଦିନ ରାତି ଜଗି ରହୁଛନ୍ତି । ଏହି ଚପରକୁ ଜଗିବା ପାଇଁ ଯାହାବି ଖର୍ଚ୍ଚ ହେଉଛି ସେସବୁ ଖର୍ଚ୍ଚ ପାଟଣାଗଡ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଓ ବଲାଙ୍ଗିର ଲୋକସଭା ବିଜେଡି ପ୍ରାର୍ଥୀ ବହନ କରିବା ସହ ବିଜେଡି ଦଳ ଉପରେ ଖର୍ଚ୍ଚ ପକାଇବା ପାଇଁ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି।
ସେହିପରି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ବିନା ଅନୁମତିରେ ବକ୍ଟ ମେସେଜ ପଠାଉଛନ୍ତି। ଭୁବନେଶ୍ୱର ଲୋକସଭା ମତଦାତାଙ୍କ ପାଖରେ ଏହି ମେସେଜ ପହଂଚୁଛି । ଏହାକୁ ପଠାଇବା ପାଇଁ ଆବଶ୍ୟକ ଅନୁମତି ଶ୍ରୀ ପଟ୍ଟନାୟକ ନେଇନାହାନ୍ତି। ମୁଖ୍ୟ ନିର୍ବାଚନ ଅଧିକାରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠ ମୁଖ୍ୟ ସଂଯୋଜକ ରବିଶଙ୍କର ପଟ୍ଟନାୟକ, ସଂଯୋଜକ ଜୟନ୍ତଜେନା ପ୍ରମୁଖ ଉପସ୍ଥିତ ଥିଲେ।
Follow Us