ବିଧି ବିଧାନ ନଜାଣି ବିଜେପି ଲୋକହସା: ବିଜେଡି

Advertisment
ଓଡ଼ିଶାରେ ଖଣି ନିଲାମ ପ୍ରକ୍ରିୟା ସ୍ବଚ୍ଛ ଓ ନିରପେକ୍ଷ: ବିଜେଡି

www.youtube.com

ଭୁବନେଶ୍ବର : ବିଧି ବିଧାନ ସଂକ୍ରାନ୍ତରେ ନ ଜାଣି ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ବିଜେପି ନେତ୍ରୀ ସିଏଜି ରିପୋର୍ଟ ଉପରେ ପୁଳାଏ ଅସତ୍ୟ କହିଛନ୍ତି। ଏସବୁ ସମ୍ପୂର୍ଣ୍ଣ, ଅବାସ୍ତବ,କପୋଳକଳ୍ପିତ ଏବଂ ଭିତ୍ତିହୀନ ବୋଲି ଆଜି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବୋଧହୁଏ ଜାଣିନାହାନ୍ତି ଯେ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେଲାପରେ ବିଧାନସଭାର ପବ୍ଲିକ ଆକାଉଣ୍ଟସ୍‍ କମିଟିରେ ତାହାର ତର୍ଜମା କରାଯାଏ। ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି ତାଙ୍କରି ଦଳର ନେତା ବିଧାୟକ ପ୍ରଦୀପ୍ତ ନାଏକ। ପବ୍ଲିକ ଆକାଉଣ୍ଟସ କମିଟି ତର୍ଜମା କରିବା ପୂର୍ବରୁ ବିଜେପି ନେତ୍ରୀ ତରବରିଆ ଭାବରେ ବକ୍ତବ୍ୟ ରଖିବା ତାଙ୍କର ଅଜ୍ଞାନତାକୁ ପରିପ୍ରକାଶ କରୁଛି। ସେ ଯଦି ଜଣେ ବିଧାୟକ ଥାନ୍ତେ ତେବେ ଏ ସଂକ୍ରାନ୍ତୀୟ ବିଧି ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ ଥାଆନ୍ତେ।

ବିଜେଡି କହିଛି, ସିଏଜି ଏପ୍ରକାରର ରିପୋର୍ଟ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ସରକାରମାନଙ୍କୁ ପ୍ରଦାନ କରିଥାନ୍ତି ଏବଂ ସରକାରମାନେ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ସରକାରୀ ସ୍ତରରେ ଉଚିତ୍‍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ବିଜେପି ଶାସିତ କେନ୍ଦ୍ର ଏବଂ ଅନ୍ୟ ରାଜ୍ୟମାନଙ୍କୁ ଏହିପରି ସିଏଜି ରିପୋର୍ଟ ଦିଆଯାଏ ଏବଂ ମତ ରଖାଯାଏ। ହେଲେ ବିଜେପି ନେତ୍ରୀଙ୍କ କ୍ଷେତ୍ରରେ ଅଳ୍ପବିଦ୍ୟା ଭୟକରୀ ସ୍ଥିତି ସୃଷ୍ଟି କରିଛି। ଯେହେତୁ ସେ ଏସବୁ ବିଷୟ ଜାଣିନାହାନ୍ତି ସେଥିପାଇଁ ଏ ପ୍ରକାର ଆଗଚଲା ମତ ରଖିଛନ୍ତି ବୋଲି ଶ୍ରୀ ମହାନ୍ତି କଟାକ୍ଷ କରିଛନ୍ତି।

ଲେଖାଶ୍ରୀ ନିଜକୁ ରାଜନୈତିକ ସ୍ତରରେ ପ୍ରାସଙ୍ଗିକ ରଖିବାପାଇଁ ଏପ୍ରକାରର ଅବାନ୍ତର ବକ୍ତବ୍ୟ ରଖୁଛନ୍ତି ବୋଲି ବିଜେଡି ମତ ରଖିଛି। ଏଥିସହିତ ପରାମର୍ଶ ଦେଇଛି ଯେ ବିବୃତ୍ତି ରଖିବା ପୂର୍ବରୁ ବିଧି ବିଧାନ ପଢିକି ସେ ମତ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe