ଆଳି : ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସାଂସଦ ଅନୁଭବଙ୍କ କୁଶପୁତ୍ତଳିକା ଦାହ

ଆଳି : ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସାଂସଦ ଅନୁଭବଙ୍କ କୁଶପୁତ୍ତଳିକା ଦାହ

ଆଳି : ନିଜର ବିବାହିତା ପତ୍ନୀଙ୍କୁ ଶାରିରୀକ, ମାନସିକ ନିର୍ଯ୍ୟାତନା ଦେଇ ନାରୀ ଜାତିକୁ ଅସମ୍ମାନ କରିଥିବା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ପଦଚ୍ୟୁତ କରାଯାଇ କଠୋର ଦଣ୍ଡବିଧାନ ପାଇଁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ଅନୁଭବଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଆଜି ସନ୍ଧ୍ୟାରେ ଅନୁଭବଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ଘଟଣାର ପ୍ରତିବାଦ କରାଯାଇଛି।

ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସଂପାଦିକା ପ୍ରିୟଦର୍ଶିନୀ ନନ୍ଦଙ୍କ ନେତୃତ୍ୱରେ ନାରୀନେତ୍ରୀ କାନନବାଳା ଦାସ,ମମତା ପ୍ରିୟଦର୍ଶିନୀ ରାଉତ, କଲ୍ୟାଣୀ ଜେନା, ଅମ୍ବିକା ମଲିକ, ପ୍ରେମଲତା ଜେନାଙ୍କ ସମେତ ଦଳୀୟ ନାରୀ ନେତ୍ରୀମାନେ ଏକ ଶୋଭାଯାତ୍ରାରେ ଯାଇ ଶାସନ ଛକରେ କୁଶପୁତ୍ତଳିକା ଦାହ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ରଶ୍ମିରଞ୍ଜନ ବେହୁରା, ଶ୍ରୀକାନ୍ତ ପାଣ୍ଡବ, କ୍ଷୀରୋଦ ପଣ୍ଡା, ରାଜେନ୍ଦ୍ର ସାମଲ, ଶରତ ଜଗଦ୍ଦେବ, ବ୍ରଜସୁନ୍ଦର ଭୂୟାଁ, ରଂଜିତ ରାଉତ, ବାଦଲ ନନ୍ଦ ପ୍ରମୁଖ କୁଶପୁତ୍ତଳିକା ଦାହସ୍ଥଳୀରେ ଉପସ୍ଥିତ ରହି ଅନୁଭବଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe