ବୁଥ ବାହୁଡ଼ା ମତ: ଇଣ୍ଡିଆ ଟିଭିର ଆକଳନ; ଓଡ଼ିଶାରେ ବିଜେପିକୁ ମିଳିପାରେ ୧୫ରୁ ୧୭ ଲୋକସଭା ଆସନ

ବୁଥ ବାହୁଡ଼ା ମତ: ଇଣ୍ଡିଆ ଟିଭିର ଆକଳନ; ଓଡ଼ିଶାରେ ବିଜେପିକୁ ମିଳିପାରେ ୧୫ରୁ ୧୭ ଲୋକସଭା ଆସନ

ଭୁବନେଶ୍ବେର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ହୋଇଥିବା ମତଦାନର ବହୁ ପ୍ରତୀକ୍ଷିତ ବୁଥ୍‌ ବାହୁଡ଼ା ମତ ଆସିଛି। ଇଣ୍ଡିଆ ଟିଭିର ସର୍ଭେ ଅନୁସାରେ ବିଜେପିକୁ ୧୫ରୁ ୧୭ଟି ଆସନ ମିଳିପାରେ। ବିଜେଡି ଖାତାକୁ ୪-୬ଟି ଆସନ ଯାଇପାରେ।‌ ସେହିପରି କଂଗ୍ରେସ ପୂର୍ବ ଭଳି ଗୋଟିଏ ଆସନ ଜିତିପାରେ ବୋଲି ସର୍ଭେ ରିପୋର୍ଟ କହୁଛି।

ସେହିପରି ଟୁଡେ’ ଚାଣକ୍ୟର ସର୍ଭେ ରିପୋର୍ଟ ଅନୁସାରେ ଭାରତୀୟ ଜନତା ପାର୍ଟିକୁ ଓଡ଼ିଶାରେ ୧୬ରୁ ଅଧିକ ଆସନ ମିିଳପାରେ। ବିଜେଡିକୁ ୪ରୁ ଅଧିକ ଓ କଂଗ୍ରେସକୁ ଗୋଟିଏରୁ ଅଧିକ ଲୋକସଭା ଆସନ ମିଳିପାରେ। ଏନ୍‌ଡିଟିଭି ସର୍ଭେ ରିପୋର୍ଟ ଅନୁସାରେ ବିଜେପିକୁ ୧୫, ବିଜେଡିକୁ ୩ରୁ୮ ଆସନରେ ବିଜୟ ହାସଲ ହେବ। ସେହିପରି ଜନ୍‌ କି ବାତ୍‌ ସର୍ଭେ ରିପୋର୍ଟ କରିଛି ଯେ, ଚଳିତ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ବିଜେପି ୧୫ରୁ ୧୮ଟି ଆସନ ହାତେଇବ। ବିଜେଡିକୁ ୩ରୁ ୭ଟି ଆସନରେ ବିଜୟ ମିଳିପାରେ।

ଇଣ୍ଡିଆ ନ୍ୟୁଜ ରିପୋର୍ଟ ଅନୁସାରେ ରାଜ୍ୟରେ ବିଜେପିକୁ ୧୩ ଓ ବିଜେଡିକୁ ୮ଟି ଲୋକସଭା ଆସନ ମିଳିବ। ନ୍ୟୁଜ ୨୪ର ସର୍ଭେ କହୁଛି, ବିଜେପିକୁ ୧୬ ଓ ବିଜେଡିକୁ ୪ ଆସନରେ ବିଜୟୀ ହେବ। ଅନ୍ୟପଟରେ ଏବିପି-ସି ଭୋଟର ସର୍ଭେ ରିପୋର୍ଟ କହୁଛି, ବିଜେପିକୁ ୧୭ରୁ୧୯, ବିଜେଡିକୁ ସର୍ବାଧିକ  ୩ ଓ କଂଗ୍ରେସକୁ ସର୍ବାଧିକ ୨ଟି ଆସନ ମିଳିପାରେ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ୨୧ରୁ ୧୨ଟି ମିଳିଥିଲା। ବିଜେପି ୮ଟି ଓ କଂଗ୍ରେସ ଗୋଟିଏରେ ବିଜୟୀ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe